ଥୁଆମୂଳ ରାମପୁରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼, ଓମ୍‌ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ

ଥୁଆମୂଳ ରାମପୁର,୨୬ା୨(ଦୁର୍ଗା କୀର୍ତ୍ତି): ପବିତ୍ର ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଉଠିଛି ଗାଁଠୁ ସହର। ହରହର ମହାଦେବ, ଓମ ନମଃ ଶିବାୟ , ଜୟ ଶିବ ଶମ୍ଭୁ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଜିଲାର ସମସ୍ତ ଶୈବପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ମହାଶିବରାତ୍ରି ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି। ବ୍ଲକର ପ୍ରତିଟି ଶୈବପୀଠରେ ଭୋର ସମୟରେ ଶ୍ରଦ୍ଧାଳୁମାନେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ […] The post ଥୁଆମୂଳ ରାମପୁରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼, ଓମ୍‌ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ appeared first on Dharitri Odia News.

ଥୁଆମୂଳ ରାମପୁରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼, ଓମ୍‌ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ

ଥୁଆମୂଳ ରାମପୁର,୨୬ା୨(ଦୁର୍ଗା କୀର୍ତ୍ତି): ପବିତ୍ର ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଉଠିଛି ଗାଁଠୁ ସହର। ହରହର ମହାଦେବ, ଓମ ନମଃ ଶିବାୟ , ଜୟ ଶିବ ଶମ୍ଭୁ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ଜିଲାର ସମସ୍ତ ଶୈବପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ମହାଶିବରାତ୍ରି ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି। ବ୍ଲକର ପ୍ରତିଟି ଶୈବପୀଠରେ ଭୋର ସମୟରେ ଶ୍ରଦ୍ଧାଳୁମାନେ ନଡିଆ, କଦଳୀ, କ୍ଷୀର ଓ ଶିବଙ୍କ ପ୍ରିୟ ଦୁଦୁରା ଫୁଲ ନେଇ ମହାଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଥୁଆମୂଳ ରାମପୁରଠାରେ ଥିବା ବାବା ରାମେଶ୍ୱର ମନ୍ଦିରରେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ଗୋକୁଳ ଚନ୍ଦ୍ର ମୁଣ୍ଡ ପୂଜକ ଭାବରେ ପୂଜାର୍ଚ୍ଚନା କରିଥିବା ବେଳେ ଅଞ୍ଚଳର ସହ ସହ ଲୋକ ରାମେଶରଙ୍କ ଦର୍ଶନ କରି ପାଣି ଢ଼ାଳି ପୂଜା କରିଥିଲେ। ସେହିଭଳି ବ୍ଲକର ଗୁଣୁପୁର ବଙ୍ଗଳାପଡ଼ାସ୍ଥିତ ଶିବମନ୍ଦିର, ଡୁମେରପଦର୍‌ ଶିବ ମନ୍ଦିର, ଓଡ୍ରି ଶିବମନ୍ଦିର, ଗୋପୀନାଥପୂର୍‌ ଶିବମନ୍ଦିର, କାଠକୁରା ଶିବମନ୍ଦିର, ମେଲକୁନ୍ଦେଲ ସମେତ ଥୁଆମୂଳ ଏବଂ ମହୁଲପାଟଣାରେ ଥିବା ସର୍ବପୁରାତନ ଶିବାଳୟରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଭିନ୍ନ ମନ୍ଦିରରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବାବେଳେ ମହାଶିବରାତ୍ରି ଜାଗର ଯାତ୍ରା ପୂଜା କମିଟି ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ, ଡ୍ୟାନ୍ସ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି।

The post ଥୁଆମୂଳ ରାମପୁରର ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼, ଓମ୍‌ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ appeared first on Dharitri Odia News.