ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା। ପାଖରେ ଗାଧୋଉଥିବା ଜଣେ ସାଙ୍ଗ ଶତଚେଷ୍ଟା କରି ମଧ୍ୟ ରୁଦ୍ରଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ପ୍ରାୟ ଘଣ୍ଟାଏ ପରେ ଧାମନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସାହାଯ୍ୟରେ […] The post ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ appeared first on Dharitri Odia News.

ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଭଦ୍ରକ,୨୭ା୧୦(ସନାତନ ରାଉତ): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଣ୍ଡାପାଟଣା ଗ୍ରାମର ରୁଦ୍ର ପଣ୍ଡା(୨୦) କଲଭର୍ଟ ନିକଟରେ ଥିବା ଏକ ନାଳରେ ଗାଧୋଉଥିଲାବେଳେ ଗୋଡ଼ ଖସିଯାଇଥିଲା। ପାଖରେ ଗାଧୋଉଥିବା ଜଣେ ସାଙ୍ଗ ଶତଚେଷ୍ଟା କରି ମଧ୍ୟ ରୁଦ୍ରଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ପ୍ରାୟ ଘଣ୍ଟାଏ ପରେ ଧାମନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ଧୂଷୁରୀ ଥାନାଧିକାରୀ, ଧାମନଗର ତହସିଲଦାର, ବିଡିଓ, ଧୂଷୁରୀ ସରପଞ୍ଚ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ, ରୁଦ୍ରଙ୍କ ଜେଜେଙ୍କର ଦ୍ବାଦଶ କ୍ରିୟା ପାଇଁ ଅତିଥିମାନେ ତାଙ୍କ ଘରକୁ ନିମନ୍ତ୍ରିତ ହୋଇ ଆସି ଏହି ଦୁଃଖଦ ଘଟଣାରେ ମ୍ରିୟମାଣ ହୋଇପଡ଼ିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

The post ଜେଜେଙ୍କ ଦ୍ୱାଦଶ କ୍ରିୟାରେ ନାଳରେ ବୁଡ଼ି ନାତି ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ appeared first on Dharitri Odia News.