ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତ କୋର୍ଟଚାଲାଣ
ଜୁନାଗଡ଼,୭ା୮(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ୩୧ ତାରିଖ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଗ୍ରାମର ବୈଶାନର ନାଏକ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ୧୦ରୁ ଊର୍ଦ୍ଧ୍ୱ ଡକାୟତ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଳାହାଣ୍ଡି ଏସ୍ପି ଅଭିଳାଶ […] The post ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତ କୋର୍ଟଚାଲାଣ appeared first on Dharitri Odia News.
ଜୁନାଗଡ଼,୭ା୮(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ରାଜପୁର ଗ୍ରାମରେ ୩୧ ତାରିଖ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଗ୍ରାମର ବୈଶାନର ନାଏକ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ୧୦ରୁ ଊର୍ଦ୍ଧ୍ୱ ଡକାୟତ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୧୩ ଭରି ସୁନା ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
କଳାହାଣ୍ଡି ଏସ୍ପି ଅଭିଳାଶ ଜୀଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଏହାର ତଦନ୍ତ କରି ଘଟଣାରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନଙ୍କଠାରୁ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା, ସୁନା ହାର, ମଙ୍ଗଳସୂତ୍ର ଓ ୫ଟି ମୋବାଇଲ ଜବତ କରିଛି। ଏ ନେଇ ଜୁନାଗଡ଼ ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସ୍ଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ କଳାହାଣ୍ଡିର ଓ ୨ ଜଣ ନବରଙ୍ଗପୁର ଜିଲାର ହୋଇଥିବା ବେଳେ ଏହି ଡକାୟତି ଘଟଣାରେ ଆହୁରି ମଧ୍ୟ ୮ ଜଣ ରହିଥିବା ସେ କହିଛନ୍ତି। ସେହିପରି ଏହି ଗ୍ୟାଙ୍ଗ୍ ଜିଲାର ଜୟପାଟଣା ଥାନା ରାଜାମୁଡ଼ା ଗ୍ରାମରେ ହୋଇଥିବା ଡକାୟତ ଘଟଣାରେ ମଧ୍ୟ ସାମିଲ ଥିବା ଏସ୍ଡିପିଓ ବେହେରା ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜୁନାଗଡ଼ ଆଇଆଇସି ଉଲ୍ଲାସ ରାଉତ, ଜୟପାଟଣା ଆଇଆଇସି ଶେଷଦେବ ବେହେରା ଉପସ୍ଥିତ ଥିଲେ।
The post ରାଜପୁର ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୫ ଅଭିଯୁକ୍ତ କୋର୍ଟଚାଲାଣ appeared first on Dharitri Odia News.