କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପ୍ରଥମ ଏସିଆ ଦେଶ ହେଲା ଭାରତ
ନୂଆଦିଲ୍ଲୀ,୪।୧: କେପଟାଉନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଦ୍ୱିତୀୟ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ନାମରେ ଏକ ବଡ଼ ରେକର୍ଡ ପଞ୍ଜିକୃତ ହୋଇଛି। ଘଟଣାହେଲା, କେପଟାଉନରେ ଏକ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଏସିଆର ପ୍ରଥମ ଦେଶ ହୋଇପାରିଛି। ଏହସହ ୩୧ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କେପଟାଉନରେ ଟିମ ଇଣ୍ଡିଆ ଜିତିଛି। ଓଭର ଦୃଷ୍ଟିରୁ ଏହି ମ୍ୟାଚ […] The post କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପ୍ରଥମ ଏସିଆ ଦେଶ ହେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୪।୧: କେପଟାଉନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଦ୍ୱିତୀୟ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ନାମରେ ଏକ ବଡ଼ ରେକର୍ଡ ପଞ୍ଜିକୃତ ହୋଇଛି। ଘଟଣାହେଲା, କେପଟାଉନରେ ଏକ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଏସିଆର ପ୍ରଥମ ଦେଶ ହୋଇପାରିଛି। ଏହସହ ୩୧ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କେପଟାଉନରେ ଟିମ ଇଣ୍ଡିଆ ଜିତିଛି।
ଓଭର ଦୃଷ୍ଟିରୁ ଏହି ମ୍ୟାଚ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଛୋଟ ଟେଷ୍ଟ ମ୍ୟାଚ ବୋଲି ପ୍ରମାଣିତ ହୋଇଥିଲା। ଏହି ଟେଷ୍ଟ ମ୍ୟାଚରେ କେବଳ ୧୦୭ ଓଭର ଖେଳାଯାଇଥିଲା। କେପଟାଉନରେ ଭାରତ ବିପକ୍ଷରେ ସର୍ବଦା ଜିତୁଥିବା ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସରେ ମାତ୍ର ୫୫ ରନ ସଂଗ୍ରହ କରିଥିଲା। ଏହା ପରେ ଆଡେନ ମାର୍କ୍ରାମ ଦ୍ୱିତୀୟ ଇନିଂସରେ ଦ୍ରୁତ ଶତକ ହାସଲ କରିଥିଲେ, କିନ୍ତୁ ପୂରା ଦଳ ମାତ୍ର ୧୭୬ରନ ସ୍କୋର କରିପାରିଛନ୍ତି।
ଦକ୍ଷିଣ ଆଫ୍ରିକାରେ ପଞ୍ଚମ ଥର ପାଇଁ ଭାରତ ଏକ ଟେଷ୍ଟ ମ୍ୟାଚ ଜିତିଛି। ଏହାପୂର୍ବରୁ, ଟିମ ଇଣ୍ଡିଆ ୨୦୨୧, ୨୦୧୮, ୨୦୧୦ ଏବଂ ୨୦୦୬ରେ ଦକ୍ଷିଣ ଆଫ୍ରିକାରେ ଜିତିଥିଲା। ତେବେ ପୂର୍ବରୁ କେପଟାଉନରେ ଭାରତ କେବେ ଜିତି ନଥିଲା।
The post କେପଟାଉନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ପ୍ରଥମ ଏସିଆ ଦେଶ ହେଲା ଭାରତ appeared first on Dharitri Odia News.