ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ

ଗାଇସିଲେଟ୍‌,୨୪।୫(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ଅଧୀନ ସେମେଲଗୁଡ଼ିଆ ଗ୍ରାମରେ ଏକ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିରୁ ହତ୍ୟାକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡରେ ଗ୍ରାମର କଳାକୁମର ମହାନନ୍ଦ(୫୫)ଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗାଁ ସାଥୀ ବିପିନ ମହାନନ୍ଦ(୪୨)ଙ୍କ ସମେତ ଉପେନ୍ଦ୍ର ମହାନନ୍ଦ(୩୮), ସହଦେବ ମହାନନ୍ଦ(୬୫), ମହେଶ ପ୍ରସାଦ ମହାନନ୍ଦ(୩୮) ଓ ପ୍ରସନ୍ନ ମହାନନ୍ଦ(୩୩) ରହିଛନ୍ତି। ଶନିବାର ସେମାନଙ୍କୁ ପଦ୍ମପୁର କୋର୍ଟକୁ […] The post ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ appeared first on Dharitri Odia News.

ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ

ଗାଇସିଲେଟ୍‌,୨୪।୫(ଦୁର୍ଗାପ୍ରସାଦ ତ୍ରିବେଦୀ): ବରଗଡ଼ ଜିଲା ଗାଇସିଲେଟ୍‌ ଥାନା ଅଧୀନ ସେମେଲଗୁଡ଼ିଆ ଗ୍ରାମରେ ଏକ ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିରୁ ହତ୍ୟାକାଣ୍ଡ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟାକାଣ୍ଡରେ ଗ୍ରାମର କଳାକୁମର ମହାନନ୍ଦ(୫୫)ଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଗାଁ ସାଥୀ ବିପିନ ମହାନନ୍ଦ(୪୨)ଙ୍କ ସମେତ ଉପେନ୍ଦ୍ର ମହାନନ୍ଦ(୩୮), ସହଦେବ ମହାନନ୍ଦ(୬୫), ମହେଶ ପ୍ରସାଦ ମହାନନ୍ଦ(୩୮) ଓ ପ୍ରସନ୍ନ ମହାନନ୍ଦ(୩୩) ରହିଛନ୍ତି। ଶନିବାର ସେମାନଙ୍କୁ ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଛି।

ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ପଦ୍ମପୁର ଉପକାରାଗାର ହାଜତକୁ ପଠାଇ ଦିଆଯାଇଛି। ମୃତକଙ୍କ ପୁଅ ପିତାମ୍ବରଙ୍କ ଏତଲା କ୍ରମେ ପୋଲିସ ଏ ନେଇ ଏକ ମାମଲା(ନଂ.୮୭/୨୫) ରୁଜୁ କରିଛି।

ମିଳିଥିବା ସୂଚନା ମୁତାବକ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏ) କାମରେ ଅଭିଯୁକ୍ତ ଗାଁ ସାଥୀ ବିପିନ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ମାର୍ଚ୍ଚ ୧୮ତାରିଖ ଗ୍ରାମବାସୀ ଏଭଳି ଅଭିଯୋଗ ନେଇ ଜିଲାପାଳ ଏବଂ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଫେରାଦ ହୋଇଥିଲେ।

ଅଭିଯୋଗ ପାଇବା ପରେ ଗତ ୨୦ତାରିଖ ଏକ ୪ଜଣିଆ ଟିମ୍‌ ଏହାର ତଦନ୍ତ ପାଇଁ ଗ୍ରାମକୁ ଆସିଥିଲେ। ତଦନ୍ତ ସମୟରେ ଗ୍ରାମବାସୀ ଗାଁ ସାଥୀ ବିପିନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାପରେ ବିପିନ ମୃତକଙ୍କ ପରିବାରକୁ ହତ୍ୟା ଧମକ୍‌ ଦେଇଥିଲେ। ଗତ ୨୧ତାରିଖ ଗିରଫ ଅଭିଯୁକ୍ତମାନେ କଳାକୁମରଙ୍କ ଘରକୁ ଆସି ପଥରମାଡ଼ କରିବା ସହିତ ଲୁହାରଡ଼ରେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ କଳାକୁମର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବଲାଙ୍ଗୀର ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୨୨ତାରିଖ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଇଥିଲା। ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

The post ଦୁର୍ନୀତି ଅଭିଯୋଗ ଆଣିବାରୁ ହତ୍ୟା: ଗାଁ ସାଥୀଙ୍କ ସମେତ ୫ ଅଭିଯୁକ୍ତ ଗିରଫ appeared first on Dharitri Odia News.