ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ

ଆସିକା, ୧୪ା୧(ସୁରେନ୍ଦ୍ର ନାଥ ସାହୁ): ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକା ଥାନା କୋଟନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ। ଆହତ ବୃଦ୍ଧା ହେଲେ ଦେବକୀ ରାଉତ। ମିଳିଥିବା ସୂଚନା ମୁତାବକ, ପଢାଳ ଗ୍ରାମର କାଳୁଚରଣ ରାଉତଙ୍କ ଦୁଇ ପୁଅ। ଉଭୟ କାଳୁଚରଣ ଓ ସ୍ତ୍ରୀ ଦେବକୀ ଦୁଇ ପୁଅଙ୍କ ପାଖରେ ପାଳି କରି ରୁହନ୍ତି। କାଳୁଚରଣ ବର୍ତ୍ତମାନ […] The post ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ appeared first on Dharitri Odia News.

ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ

ଆସିକା, ୧୪ା୧(ସୁରେନ୍ଦ୍ର ନାଥ ସାହୁ): ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକା ଥାନା କୋଟନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ। ଆହତ ବୃଦ୍ଧା ହେଲେ ଦେବକୀ ରାଉତ।

ମିଳିଥିବା ସୂଚନା ମୁତାବକ, ପଢାଳ ଗ୍ରାମର କାଳୁଚରଣ ରାଉତଙ୍କ ଦୁଇ ପୁଅ। ଉଭୟ କାଳୁଚରଣ ଓ ସ୍ତ୍ରୀ ଦେବକୀ ଦୁଇ ପୁଅଙ୍କ ପାଖରେ ପାଳି କରି ରୁହନ୍ତି। କାଳୁଚରଣ ବର୍ତ୍ତମାନ ଶଯ୍ୟାଶାୟୀ। ଶନିବାର ସାନପୁଅ ପ୍ରମୋଦ ମା’ଙ୍କୁ ବାର୍ଦ୍ଧକ୍ୟ ଟଙ୍କା ମାଗିଥିଲେ। ମା’ ଦେବକୀ ପୁଅଙ୍କୁ ଟଙ୍କା ଦେଇ ନ ଥିଲେ। ଏଥିରେ ରାଗିଯାଇ ପ୍ରମୋଦ ମା’ଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ଦେବକୀ ଅଭିଯୋଗ କରିଛନ୍ତି। ଦେବକୀଙ୍କ ହାତ ଭାଙ୍ଗିଯାଇଥିଲା ବେଳେ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି। ତାଙ୍କୁ ତାଙ୍କର ଝିଅମାନେ ପଡ଼ୋଶୀ ଲୋକଙ୍କ ସହିତ ମିଶି ଆସିକା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଅ ପ୍ରମୋଦ ଏହାକୁ ଅସ୍ବୀକାର କରିଛନ୍ତି। ସେ ତାଙ୍କ ମା’ଙ୍କୁ ମାଡ଼ ମାରି ନ ଥିବା କହିଛନ୍ତି। ଏ ସମ୍ପର୍କରେ ପୋଲିସରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ କୃଷ୍ଣ ଶାହା ସୂଚନା ଦେଇଛନ୍ତି।

The post ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ appeared first on Dharitri Odia News.