ଭୟରେ ଥରିଲେ ଜାପାନ ବାସିନ୍ଦା
ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ଏଜେନ୍ସି ସୂଚନା ଦେଇଛି। ଜାପାନର ପବ୍ଲିକ୍ ବ୍ରଡକାଷ୍ଟର ଏନ୍ଏଚ୍କେ ଏନେଇ କହିଛି ଯେ, ଭୂକମ୍ପଜନୀତ କ୍ଷୟକ୍ଷତି ଜଣାପଡ଼ିନାହିଁ। ଆଖପାଖ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଉଛି। ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲେ ମଧ୍ୟ ସୁନାମୀ ବିଷୟରେ କୌଣସି ସତର୍କ ସୂଚନା […] The post ଭୟରେ ଥରିଲେ ଜାପାନ ବାସିନ୍ଦା appeared first on Dharitri Odia News.
ନୂଆଦିଲ୍ଲୀ, ୩।୬: ଜାପାନରେ ସୋମବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଜାପନର ମଧ୍ୟ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ଏଜେନ୍ସି ସୂଚନା ଦେଇଛି। ଜାପାନର ପବ୍ଲିକ୍ ବ୍ରଡକାଷ୍ଟର ଏନ୍ଏଚ୍କେ ଏନେଇ କହିଛି ଯେ, ଭୂକମ୍ପଜନୀତ କ୍ଷୟକ୍ଷତି ଜଣାପଡ଼ିନାହିଁ। ଆଖପାଖ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରାଯାଉଛି।
ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲେ ମଧ୍ୟ ସୁନାମୀ ବିଷୟରେ କୌଣସି ସତର୍କ ସୂଚନା ନାହିଁ। କିନ୍ତୁ ଲୋକେ ସୁନାମୀ ଗୁଜବ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଗୁଜବକୁ ବିଶ୍ୱାସ ନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି। ଲୋକଙ୍କୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ସମୁଦ୍ର କୂଳରୁ ଦୂରେଇ ଯିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳ ୬.୩୨ ମିନିଟ୍ରେ ସାଲୋ ଜୋଲ୍ଟ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର ୧୦ ମିନିଟ୍ ପରେ ଆଉ ଏକ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୪.୮ ରହିଥିଲା। ନୋଟୋ ଉପଦ଼୍ବିପ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡ଼ିଛି । ଚଳିତ ବର୍ଷ ଜାନୁଆରୀ ୧ ତାରିଖରେ ଏହି ଅଞ୍ଚଳରେ ଭୂକମ୍ପରେ ୨୩୦ ଜଣ ପ୍ରାଣ ହରାଇଥିଲେ । ଜାପାନରେ ପ
The post ଭୟରେ ଥରିଲେ ଜାପାନ ବାସିନ୍ଦା appeared first on Dharitri Odia News.