ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର

ପୁରୀ,୫ା୭: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି। ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ ତଢାଉ ବେଶ ଅନ୍ୟତମ । ୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । […] The post ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର appeared first on Dharitri Odia News.

ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର

ପୁରୀ,୫ା୭: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ବଡ଼ ଏକାଦଶୀ ତିଥି। ମହଣ ମହଣ ସୁନାରେ ଆଭୂଷିତ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜିଉଙ୍କ ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ ତଢାଉ ବେଶ ଅନ୍ୟତମ ।

୧୩୮ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏନେଇ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଉଠିଛି । ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ଼ କରାଯାଇଛି । ଶ୍ରଦ୍ଧାଳୁ ମାର୍କେଟ ଛକରୁ ବ୍ୟାରିକେଡରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷେ ସୁନାବେଶ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଆତୁର ହୋଇପଡିଛନ୍ତି ଭକ୍ତ। ଶ୍ରୀକ୍ଷେତ୍ର ଆସିବାକୁ ରାସ୍ତାରେ ପଛକୁ ପଛ ଲମ୍ବିଛି ଗାଡ଼ିର ଲମ୍ବା ଲାଇନ। ଅନ୍ୟପକ୍ଷେ ଟ୍ରାଫିକ କଣ୍ଟ୍ରୋଲ ରୁମରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ପୁରୀରେ କେତେ ଗାଡ଼ି ପ୍ରବେଶ କରୁଛି ଏବଂ ବାହାରୁଛି ସବୁ ଉପରେ ନଜର ରଖାଯାଇଛି।

The post ସୁନାବେଶରେ ସାଆନ୍ତେଙ୍କୁ ଦର୍ଶନ କରିବାକୁ ଭକ୍ତ ଆତୁର appeared first on Dharitri Odia News.