ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ
ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଅଲିମ୍ପିଆଡ୍ରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅନ୍ତିମ ରାଉଣ୍ଡରେ ପୁରୁଷ ଦଳ ସ୍ଲୋଭେନିଆକୁ ଓ ମହିଳା ଦଳ ଆଜରବୈଜନାକୁ ପରାସ୍ତ କରିଥିଲା। ଚେସ୍ […] The post ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ appeared first on Dharitri Odia News.
ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଅଲିମ୍ପିଆଡ୍ରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲା। ଅନ୍ତିମ ରାଉଣ୍ଡରେ ପୁରୁଷ ଦଳ ସ୍ଲୋଭେନିଆକୁ ଓ ମହିଳା ଦଳ ଆଜରବୈଜନାକୁ ପରାସ୍ତ କରିଥିଲା। ଚେସ୍ ଅଲିମ୍ପିଆଡ୍ ଇତିହାସରେ ଭାରତର ଏହାଥିଲା ସର୍ବପ୍ରଥମ ସ୍ବର୍ଣ୍ଣ ପଦକ।
ଅନ୍ତିମ ରାଉଣ୍ଡରେ ଭାରତୀୟ ପୁରୁଷ ଦଳର ଡି. ଗୁକେଶ, ଅର୍ଜୁନ ଇରିଗାସି ଓ ଆର. ପ୍ରଜ୍ଞାନନ୍ଦ ବିଜୟ ହାସଲ କରିଥିବାବେଳେ ଭିଦିତ ସନ୍ତୋଷ ଗୁଜରାଠି ପଏଣ୍ଟ ଭାଗ କରିଥିଲେ। ସେହିପରି ମହିଳା ଦଳର ଦ୍ରୋଣାଭାଳି ହାରିକା, ଦିବ୍ୟା ଦେଶମୁଖ ଓ ଭାନ୍ତିକା ଅଗ୍ରଓ୍ବାଲ ବିଜୟୀ ହୋଇଥିଲେ ଏବଂ ଆର. ବୈଶାଳୀ ମ୍ୟାଚ ଡ୍ର ରଖିଥିଲେ। ପେଣ୍ଟାଲା ହରିକ୍ରିଷ୍ଣା ଓ ତାନିଆ ସଚଦେବ ଯଥାକ୍ରମେ ଭାରତୀୟ ପୁରୁଷ ଓ ମହିଳା ଦଳର ଅନ୍ୟତମ ସଦସ୍ୟ ଥିଲେ। ଭାରତୀୟ ପୁରୁଷ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡି. ଗୁକେଶ ୧୧ ମ୍ୟାଚରୁ ୧୦ଟିରେ ବିଜୟୀ ହୋଇଥିଲେ। ଭାବ ବିନିମୟ ଅବସରରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚେସ୍ବୋର୍ଡ ପ୍ରଦାନ କରିଥିଲେ। ଏହାପରେ ପ୍ରଜ୍ଞାନନ୍ଦ ଓ ଇରିଗାସିଙ୍କ ମଧ୍ୟରେ ଏକ କ୍ୱିକ୍ ଗେମ୍ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ମନ୍ତ୍ରମୁଗ୍ଧ ହୋଇଥିଲେ। ଚେସ୍ ଅଲିମ୍ପିଆଡ୍ରେ ଭାରତୀୟ ପୁରୁଷ ଦଳ ସମ୍ଭାବ୍ୟ ୨୨ରୁ ୨୧ ପଏଣ୍ଟ ପାଇଥିଲା। ପୂରା ଟୁର୍ନାମେଣ୍ଟରେ ଭାରତ କେବଳ ଉଜବେକିସ୍ତାନ ବିପକ୍ଷରେ ୨-୨ରେ ଗେମ୍ ଡ୍ର ରଖିଥିଲା। ମହିଳା ଦଳ ୧୯ ପଏଣ୍ଟ ପାଇ ପ୍ରତିଯୋଗିତା ଶେଷ କରିଥିଲା।
The post ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ appeared first on Dharitri Odia News.