କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି…
ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା ବେଳେ ମୃତଦେହରୁ ପଚା ଦୁର୍ଗନ୍ଧ ଆସୁଥିଲା। ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାଟଣା ପୋଲିସ କେନ୍ଦୁଝରରୁ […] The post କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି… appeared first on Dharitri Odia News.
ପାଟଣା,୧୩।୮(ବୀର କିଶୋରଦାଶ ):କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନଂ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ କାର୍ଗିଲ ଛକ ନିକଟରେ ଥିବା କଲଭର୍ଟ ତଳୁ ମଙ୍ଗଳବାର ଏକ ଗଳିତ ମୃତଦେହ ଜବତ ହୋଇଛି। ସେ ଜଣେ ପୁରୁଷ ହୋଇଥିବା ବେଳେ ମୃତଦେହରୁ ପଚା ଦୁର୍ଗନ୍ଧ ଆସୁଥିଲା। ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପାଟଣା ପୋଲିସ କେନ୍ଦୁଝରରୁ ସାଇଣ୍ଟଫିକ ଟିମ୍ ଡକାଇଛି। ମୃତଦେହ ନିକଟରେ ଏକ ବ୍ୟାଗ ସହ ଚପଲ ପଡିିଛି। ଏହା ଏକ ସୁପିକଳ୍ପିତ ହତ୍ୟା କାଣ୍ଡ କି ଜଣେ ମାନସିକ ବିକୃତଙ୍କ ମୃତ୍ୟୁ ତହା ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି।
The post କଲଭର୍ଟ ତଳୁ ଆସୁଥିଲା ପଚା ଗନ୍ଧ: ସନ୍ଦେହରେ ଭିତରକୁ ଗଲାବେଳକୁ ପଡ଼ିଛି… appeared first on Dharitri Odia News.