ଛତିଶଗଡ଼ରେ ନକ୍ସଲଙ୍କ ବଡ଼ଧରଣର ଆକ୍ରମଣ ବିଫଳ, ୭ ମାଓବାଦୀ ନିହତ, ତଲାସ ଅଭିଯାନ ଜାରି
ବିଜାପୁର ୨୨।୫: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ନକ୍ସଲଙ୍କ ଏକ ବଡ଼ ଧରଣର ଆକ୍ରମଣକୁ ସୁରକ୍ଷାବଳ ବିଫଳ କରିଦେଇଛନ୍ତି। ଜିଲ୍ଲାର ନାରାୟଣପୁର ସୀମାବର୍ତ୍ତି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ସଂଘର୍ଷ ହୋଇଛି। ଫଳରେ ୭ ଜଣ ନକ୍ସଲ ପ୍ରାଣ ହରାଇଥିବାର କୁହାଯାଉଛି। ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର କହିଛନ୍ତି ଯେ ଏହି ସଂଘର୍ଷ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଆରମ୍ଭ ହୋଇଥିଲା। ସୁରକ୍ଷାବଳଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ସେମାନଙ୍କ ଉପରକୁ ରହି ରହି ଆକ୍ରମଣ କରାଯାଇଥିଲା। ସୁରକ୍ଷା ବଳ ନକ୍ସଲଙ୍କ ଜବାବ ଦେଇଥିଲେ। ଫଳରେ ମାଓବାଦୀ ପୋଷାକଧାରୀ ୭ ନକ୍ସଲ ପ୍ରାଣ ହରାଇଥିବା ପ୍ରଭାତ କୁମାର କହିଛନ୍ତି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ଅପରେସନରେ ଦାନ୍ତେବାଡା, ନାରାୟଣପୁର ଓ ବସ୍ତର ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ, ବସ୍ତର ଫାଇଟର୍ସ ଓ ସ୍ପେଶାଲ ଟାସ୍କ ଫୋର୍ସ ସହିତ ଛତିଶଗଡ ପୋଲିସର ସବୁ ୟୁନିଟ ସାମିଲ ହୋଇଥିଲେ। ଇନପୁଟ ସୂଚନା ଅନୁସାରେ ମାଓବାଦୀଙ୍କ ଇନ୍ଦ୍ରାବତୀ ଏରିୟା କମିଟି ଓ ପ୍ଲାଟୁନ ନମ୍ବର ୧୬ର କ୍ୟାଡରମାନେଏହି ଆକ୍ରମଣରେ ସାମିଲ ଥିବାର ଜଣାପଡିଛି। ପ୍ରଭାତ କୁମାର କହିଛନ୍ତି ଯେ ସଂଘର୍ଷ ସ୍ଥଳରୁ ମୋଟ ୭ଟି ଅସ୍ତ୍ର ଜବତ ହୋଇଛି। ଏଣୁ ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ୭ ନକ୍ସଲ ପ୍ରାଣ ହରାଇଥିବା ଆକଳନ କରାଯାଉଛି। ଅପରେସନ ଜାରି ରହିଛି ଓ ବିସ୍ତୃତ ସୂଚନ
ବିଜାପୁର ୨୨।୫: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ନକ୍ସଲଙ୍କ ଏକ ବଡ଼ ଧରଣର ଆକ୍ରମଣକୁ ସୁରକ୍ଷାବଳ ବିଫଳ କରିଦେଇଛନ୍ତି। ଜିଲ୍ଲାର ନାରାୟଣପୁର ସୀମାବର୍ତ୍ତି ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ସହ ନକ୍ସଲଙ୍କ ସଂଘର୍ଷ ହୋଇଛି। ଫଳରେ ୭ ଜଣ ନକ୍ସଲ ପ୍ରାଣ ହରାଇଥିବାର କୁହାଯାଉଛି। ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର କହିଛନ୍ତି ଯେ ଏହି ସଂଘର୍ଷ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଆରମ୍ଭ ହୋଇଥିଲା।
ସୁରକ୍ଷାବଳଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ସେମାନଙ୍କ ଉପରକୁ ରହି ରହି ଆକ୍ରମଣ କରାଯାଇଥିଲା। ସୁରକ୍ଷା ବଳ ନକ୍ସଲଙ୍କ ଜବାବ ଦେଇଥିଲେ। ଫଳରେ ମାଓବାଦୀ ପୋଷାକଧାରୀ ୭ ନକ୍ସଲ ପ୍ରାଣ ହରାଇଥିବା ପ୍ରଭାତ କୁମାର କହିଛନ୍ତି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ଅପରେସନରେ ଦାନ୍ତେବାଡା, ନାରାୟଣପୁର ଓ ବସ୍ତର ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ, ବସ୍ତର ଫାଇଟର୍ସ ଓ ସ୍ପେଶାଲ ଟାସ୍କ ଫୋର୍ସ ସହିତ ଛତିଶଗଡ ପୋଲିସର ସବୁ ୟୁନିଟ ସାମିଲ ହୋଇଥିଲେ।
ଇନପୁଟ ସୂଚନା ଅନୁସାରେ ମାଓବାଦୀଙ୍କ ଇନ୍ଦ୍ରାବତୀ ଏରିୟା କମିଟି ଓ ପ୍ଲାଟୁନ ନମ୍ବର ୧୬ର କ୍ୟାଡରମାନେଏହି ଆକ୍ରମଣରେ ସାମିଲ ଥିବାର ଜଣାପଡିଛି। ପ୍ରଭାତ କୁମାର କହିଛନ୍ତି ଯେ ସଂଘର୍ଷ ସ୍ଥଳରୁ ମୋଟ ୭ଟି ଅସ୍ତ୍ର ଜବତ ହୋଇଛି। ଏଣୁ ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ୭ ନକ୍ସଲ ପ୍ରାଣ ହରାଇଥିବା ଆକଳନ କରାଯାଉଛି। ଅପରେସନ ଜାରି ରହିଛି ଓ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି। ଏହି ଘଟଣା ସହିତ ଚଳିତବର୍ଷ ଏପର୍ଯ୍ୟନ୍ତ ଛତିଶଗଡ଼ରେ ସୁରକ୍ଷା ବଳଙ୍କ ସହିତ ଅଲଗା ଅଲଗା ସଂଘର୍ଷରେ ୧୧୨ ଜଣ ନକ୍ସଲ ପ୍ରାଣ ହରାଇଲେଣି।