ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ

ନ୍ୟୁୟର୍କ,୨୩ା୩: ଆମେରିକାରେ ବସବାସ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୂୟୀ ପରାମର୍ଶ ଦେଇଛନ୍ତି। ଆମେରିକାରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସେମାନେ ସ୍ଥାନୀୟ ଆଇନକୁ ସମ୍ମାନ ଦେଇ ଅତ୍ୟଧିକ ଡ୍ରଗ୍ସ ସେବନ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ ବୋଲି ନୂୟୀ କହିଛନ୍ତି। ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ ନୂୟୀ ୧୦ ମିନିଟ୍‌ ଅବଧିର ଏକ ଭିଡିଓ ଜାରି କରିଛନ୍ତି, […] The post ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ appeared first on Dharitri Odia News.

ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ

ନ୍ୟୁୟର୍କ,୨୩ା୩: ଆମେରିକାରେ ବସବାସ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୂୟୀ ପରାମର୍ଶ ଦେଇଛନ୍ତି। ଆମେରିକାରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସେମାନେ ସ୍ଥାନୀୟ ଆଇନକୁ ସମ୍ମାନ ଦେଇ ଅତ୍ୟଧିକ ଡ୍ରଗ୍ସ ସେବନ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ ବୋଲି ନୂୟୀ କହିଛନ୍ତି। ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ ନୂୟୀ ୧୦ ମିନିଟ୍‌ ଅବଧିର ଏକ ଭିଡିଓ ଜାରି କରିଛନ୍ତି, ଯାହାକୁ ନୂ୍ୟୟର୍କସ୍ଥିତ ଭାରତର କନ୍‌ସୁଲେଟ୍‌ ଜେନେରାଲ ନିଜ ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ୨୦୨୪ରେ ଆମେରିକାରେ ୯ରୁ ଅଧିକ ଭାରତୀୟଙ୍କୁ ହତ୍ୟା କରାଗଲାଣି।

The post ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ appeared first on Dharitri Odia News.