ସକାଳୁ ଜଳିଲାଣି, ସାଢେ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣା

ଭୁବନେଶ୍ୱର ୨୬/୦୪: ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା। ତେବେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭବାନିପାଟଣା । ସେହିଭଳି କେନ୍ଦୁଝର ୩୫.୬°C, ତାଳଚେର ୩୫°C, ବାରିପଦା ୩୫°C, ଅନୁଗୁଳ ୩୫°C, ଭୁବନେଶ୍ୱର ୩୩.୬°C, ବାଲେଶ୍ୱର ୩୩.୬°C, କଟକ ୩୩.୨°C,  ସମ୍ବଲପୁର ୩୩.୨°C, ହୀରାକୁଦ ୩୩°C, ଟିଟିଲାଗଡ଼ ୩୩°C, ବୌଦ୍ଧ ୩୩°C, ଜଗତସିଂହପୁର ୩୩°C, ଚାନ୍ଦବାଲି ୩୨.୮°C, ରାଉରକେଲା ୩୨.୮°C, ଝାରସୁଗୁଡା  ୩୨.୬°C, ରେକର୍ଡ ହୋଇଛି । ସୂଚନା ଥାଉକି, ନିଆଁ ଲହରି ଭିତରେ ଜଳିବ ଓଡ଼ିଶା । ତତଲା କଡ଼େଇରେ ଛାଣି ହୋଇଯିବ ଜନଜୀବନ । ଆହୁରି ୧୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ତ୍ରାହି ଆଶା କ୍ଷୀଣ । ଲଗାତାର ୧୧ ଦିନ ହେବ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ଲହରୀ ଆହୁରି ଚରମ ରୂପ ନେବାକୁ ଯାଉଛି । ମେ’ ୯ ତାରିଖ ଯାଏଁ ହୁତ୍‌ ହୁତ୍‌ ହୋଇ ଜଳିବ ସାରା ରାଜ୍ୟ । ଗତ ୧୫ ତାରିଖରୁ ଜାରି ରହିଥିବା ଗ୍ରୀଷ୍ମ ଲହରୀ ସେତେବେଳକୁ ତାତିରୁ ସବୁ ଅଲୋଡ଼ା ରେକର୍ଡ ଭାଙ୍ଗି ୨୫ ଦିନରେ ପହଞ୍ଚିଯିବ ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଚରମ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ନିକଟ ଭବିଷ୍ୟତରେ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଦୂର ଦୂର ଯାଏଁ ବାଦଲ ଭାସିବା ସମ୍ଭାବନା ବି ଦେଖାଯାଉନି । ମେ’ ପ୍ରଥମ ସପ୍ତାହ ଆରମ୍ଭରେ କାଁ ଭାଁ କାଳବୈଶାଖୀ ବର୍ଷା ହୋ

ସକାଳୁ ଜଳିଲାଣି, ସାଢେ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣା

ଭୁବନେଶ୍ୱର ୨୬/୦୪: ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା। ତେବେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭବାନିପାଟଣା । 

ସେହିଭଳି କେନ୍ଦୁଝର ୩୫.୬°C, ତାଳଚେର ୩୫°C, ବାରିପଦା ୩୫°C, ଅନୁଗୁଳ ୩୫°C, ଭୁବନେଶ୍ୱର ୩୩.୬°C, ବାଲେଶ୍ୱର ୩୩.୬°C, କଟକ ୩୩.୨°C,  ସମ୍ବଲପୁର ୩୩.୨°C, ହୀରାକୁଦ ୩୩°C, ଟିଟିଲାଗଡ଼ ୩୩°C, ବୌଦ୍ଧ ୩୩°C, ଜଗତସିଂହପୁର ୩୩°C, ଚାନ୍ଦବାଲି ୩୨.୮°C, ରାଉରକେଲା ୩୨.୮°C, ଝାରସୁଗୁଡା  ୩୨.୬°C, ରେକର୍ଡ ହୋଇଛି । 

ସୂଚନା ଥାଉକି, ନିଆଁ ଲହରି ଭିତରେ ଜଳିବ ଓଡ଼ିଶା । ତତଲା କଡ଼େଇରେ ଛାଣି ହୋଇଯିବ ଜନଜୀବନ । ଆହୁରି ୧୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ତ୍ରାହି ଆଶା କ୍ଷୀଣ । ଲଗାତାର ୧୧ ଦିନ ହେବ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ଲହରୀ ଆହୁରି ଚରମ ରୂପ ନେବାକୁ ଯାଉଛି । 

ମେ’ ୯ ତାରିଖ ଯାଏଁ ହୁତ୍‌ ହୁତ୍‌ ହୋଇ ଜଳିବ ସାରା ରାଜ୍ୟ । ଗତ ୧୫ ତାରିଖରୁ ଜାରି ରହିଥିବା ଗ୍ରୀଷ୍ମ ଲହରୀ ସେତେବେଳକୁ ତାତିରୁ ସବୁ ଅଲୋଡ଼ା ରେକର୍ଡ ଭାଙ୍ଗି ୨୫ ଦିନରେ ପହଞ୍ଚିଯିବ ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ’ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଚରମ ଗ୍ରୀଷ୍ମ ପ୍ରବାହ ଜାରି ରହିବ । 

ନିକଟ ଭବିଷ୍ୟତରେ ବର୍ଷା ସମ୍ଭାବନା ପ୍ରାୟତଃ ନାହିଁ । ଦୂର ଦୂର ଯାଏଁ ବାଦଲ ଭାସିବା ସମ୍ଭାବନା ବି ଦେଖାଯାଉନି । ମେ’ ପ୍ରଥମ ସପ୍ତାହ ଆରମ୍ଭରେ କାଁ ଭାଁ କାଳବୈଶାଖୀ ବର୍ଷା ହୋଇପାରେ । କିନ୍ତୁ, ବିସ୍ତୃତ ଅଞ୍ଚଳ ଶୁଖିଲା, ତତଲା ରହିବ । ଆସନ୍ତା ୫ ଦିନ ଭୟାନକ ଭୀଷର ଗ୍ରୀଷ୍ମ ପ୍ରବାହରେ ଭାଜି ହୋଇଯିବ ସାରା ଓଡ଼ିଶା ।