୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁରର ପ୍ରଣୟ କୁମାର ଦାସ। ବାସୁଦେବପୁର ପୌରପାଳିକା ସାବରପୁରର ସେକ୍‌ ରହିମୁଦ୍ଦିନ(ଲାଲିଆ) ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ରହିମୁଦ୍ଦିନଙ୍କଠାରୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ମିଳିଥିବାରୁ ଏହାକୁ […] The post ୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ appeared first on Dharitri Odia News.

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାସୁଦେବପୁର,୭।୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର- ଜାମୁଝାଡ଼ି ରାସ୍ତାର ମଖଲପୁର ଛକଠାରେ ୨ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁରର ପ୍ରଣୟ କୁମାର ଦାସ। ବାସୁଦେବପୁର ପୌରପାଳିକା ସାବରପୁରର ସେକ୍‌ ରହିମୁଦ୍ଦିନ(ଲାଲିଆ) ଗୁରୁତର ହୋଇଛନ୍ତି।

ଦୁର୍ଘଟଣା ପରେ ରହିମୁଦ୍ଦିନଙ୍କଠାରୁ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ମିଳିଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ତଦନ୍ତ ଜାରି ରଖିଛି। ଏ ସମ୍ପର୍କରେ ଭଦ୍ରକ ଏସ୍‌ଡିପିଓ ସୌରଭ ଓତାଙ୍କୁ ପଚାରିବାରୁ ପୋଲିସ ତଦନ୍ତ କରୁଛି ଓ ସମସ୍ତ ଦିଗ ପ୍ରତି ନଜର ରଖିଛି ବୋଲି କହିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ବାସୁଦେବପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏସ୍‌ଡିପିଓ ଓତା ଏବଂ ବାସୁଦେବପୁର ଥାନା ଆଇଆଇସି ଲୋପାମୁଦ୍ରା ନାୟକ ତଦନ୍ତ କରିଛନ୍ତି।

The post ୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ appeared first on Dharitri Odia News.