କାହିଁକି ହୁଏ ଯକ୍ଷ୍ମା? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ସଠିକ୍ ସମୟରେ ଚିକିତ୍ସା କରାନଗଲେ ସାଂଘାତିକ ହୋଇପାରେ ଯକ୍ଷ୍ମା।

କାହିଁକି ହୁଏ ଯକ୍ଷ୍ମା? ଜାଣନ୍ତୁ ରୋଗର କାରଣ, ଲକ୍ଷଣ ଓ ନିରାକରଣ

ଟ୍ୟୁବରକୁଲୋସିସ୍, ଟିବି ବା ଯକ୍ଷ୍ମା ଏକ ସଂକ୍ରାମକ ରୋଗ। ଏହା ସାଧାରଣତଃ ଫୁସଫୁସକୁ ଆକ୍ରାନ୍ତ କରିଥାଏ। କିନ୍ତୁ ସର୍ବଦା ଏପରି ହୋଇନଥାଏ। ବେଳେ ବେଳେ ଏହା ମସ୍ତିଷ୍କ ଏବଂ ମେରୁଦଣ୍ଡକୁ ମଧ୍ୟ ଆକ୍ରାନ୍ତ କରିପାରେ। ଏବେ ମଧ୍ୟ ଅନେକ ଲୋକ ଏହି ରୋଗ ବାବଦରେ ସଚେତନ ନାହାନ୍ତି।ସଚେତନତା ଉଦ୍ଦେଶ୍ୟରେ ପ୍ରବିର୍ଷ ମାର୍ଚ୍ଚ ୨୪ରେ ବିଶ୍ୱ ଟିବି ଦିବସ ପାଳନ କରାଯାଏ। ତେବେ ଟିବି କଣ, କାହିଁକି ହୁଏ ଜାଣନ୍ତୁ...  

ଯକ୍ଷ୍ମା ରୋଗ କ'ଣ?
ବାସ୍ତବରେ, ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ଜୀବାଣୁ ଯକ୍ଷ୍ମା ରୋଗର କାରଣ। ଏହି ଜୀବାଣୁ ସଂକ୍ରମଣରେ ଯକ୍ଷ୍ମା ହୋଇଥାଏ। ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ବ୍ୟକ୍ତିଙ୍କୁ ହେବାର ହେବାର ଆଶଙ୍କା ଅଧିକ ଥାଏ। 

ଯକ୍ଷ୍ମା କିପରି ବ୍ୟାପେ
ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କ, କିମ୍ବା ତାଙ୍କ ସହ କଥାବାର୍ତ୍ତା ସମୟରେ ନିଶ୍ୱାସ ମାଧ୍ୟମରେ ଯକ୍ଷ୍ମା ବ୍ୟାପିଥାଏ। ସାଧାରଣତଃ ଟିବି ବାୟୁ ମାଧ୍ୟମରେ ଅନ୍ୟ ଜଣକୁ ବ୍ୟାପିଥାଏ। ସେଥିପାଇଁ ଏହାକୁ ବାୟୁବାହିତ ରୋଗ ବୋଲି କୁହାଯାଏ। 

ଯକ୍ଷ୍ମା ଲକ୍ଷଣ

  • ସ୍ଥାୟୀ କାଶ ଏବଂ ଛାତି ଯନ୍ତ୍ରଣା।
  • କାଶରେ ରକ୍ତ ପଡି଼ବା
  • ଥକ୍କା, ଜ୍ୱର, ରାତିରେ ଝାଳ ବୋହିବା ଏବଂ ଓଜନ ହ୍ରାସ।

ସଠିକ୍ ସମୟରେ ଚିକିତ୍ସା କରାନଗଲେ ଯକ୍ଷ୍ମା ସାଂଘାତିକ ହୋଇପାରେ। ତେଣୁ, ଲକ୍ଷଣ ଦେଖାଯିବା ମାତ୍ରେ ପରୀକ୍ଷା କରାଇନିଅନ୍ତୁ। ଯକ୍ଷ୍ମା ବ୍ୟାପିବାକୁ ରୋକିବା ପାଇଁ ପ୍ରଥମେ ଏହାକୁ ଚିହ୍ନଟ କରିବା ଜରୁରୀ। ଲକ୍ଷଣ ଯେତେ ଶୀଘ୍ର ଚିହ୍ନଟ ହେବ, ରୋଗୀଙ୍କ ଚିକିତ୍ସା ସେତେ ସହଜ ହୋଇପାରିବ। ତେଣୁ ସଚେତନ ହୁଅନ୍ତୁ, ରୋଗରୁ ମୁକ୍ତ ରୁହନ୍ତୁ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।