୬ ବଲରେ ଖସିଲା ୨ଟି କ୍ୟାଚ୍: ହର୍ଷିତ୍ଙ୍କ ଉପରେ ଭଡକିଲେ ପାଣ୍ଡ୍ୟା, ଏପରି ସୁଝାଇଲେ ରାଗ
ନୂଆଦିଲ୍ଲୀ ୨୪।୦୨; ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳ ପ୍ରଥମେ ଦମ୍ଦାର ଆରମ୍ଭ କରି ବାଂଲାଦେଶକୁ ପରାସ୍ତ କରିଥିଲା। ହେଲେ ଏହି ବିଜୟ ସତ୍ତ୍ୱେ, ଦଳର ଫିଲ୍ଡିଂ ଅତ୍ୟନ୍ତ ନିରାଶାଜନକ ଥିଲା । ଏପରି ପରିସ୍ଥିତିରେ, ଆଶା କରାଯାଉଥିଲା ଯେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଏହି ଭୁଲକୁ ସଂଶୋଧନ କରିବ କିନ୍ତୁ ତାହା ହେଲା ନାହିଁ । କାହିଁକି ନା ଟିମ୍ ଇଣ୍ଡିଆ ଦୁଇଟି ସହଜ କ୍ୟାଚ୍ ଛାଡ଼ିକି ଆଶ୍ଚର୍ଯ୍ୟ କରିଥିଲା। ଏପରି ଫିଲ୍ଡିଂ ଦେଖି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରାଗିଗଲେ। କାରଣ ହର୍ଷିତ ରାଣା ତାଙ୍କ ବଲରେ ଗୋଟିଏ କ୍ୟାଚ୍ ଛାଡି ଦେଇଥିଲେ। ୨୩ ଫେବୃଆରୀ ରବିବାର ଦିନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଫିଲ୍ଡିଂର ଦୁଇଟି ଭିନ୍ନ ଦିଗ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ, ଅକ୍ଷର ପଟେଲ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଇମାମ୍ ଉଲ୍ ହକ୍ଙ୍କୁ ରନ ଆଉଟ୍ କରିଥିଲେ। କିନ୍ତୁ ଏହା ପରେ ଦୁଇ ଜଣ ଖେଳାଳି ନିଜ ପ୍ରୟାସରେ ସମସ୍ତଙ୍କୁ ନିରାଶ କରିଥିଲେ, ଯାହା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରାଗି ଯାଇଥିଲେ। କ୍ୟାଚ୍ ଛାଡିବା ପରେ ରାଗି ଯାଇଥିଲେ ହାର୍ଦ୍ଦିକ୍ଏସବୁ ପାକିସ୍ତାନ ଇନିଂସର ୩୩ତମ ଓଭର ଚାଲିଥିଲା। ଅଧିନାୟକ ମହମ୍ମଦ ରିଜୱାନ ଏବଂ ସୌଦ ଶକିଲଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା । ଏହି ସମୟରେ ଟିମ୍ ଇଣ୍ଡିଆକୁ ଏକ ୱିକେଟ୍
ନୂଆଦିଲ୍ଲୀ ୨୪।୦୨; ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳ ପ୍ରଥମେ ଦମ୍ଦାର ଆରମ୍ଭ କରି ବାଂଲାଦେଶକୁ ପରାସ୍ତ କରିଥିଲା। ହେଲେ ଏହି ବିଜୟ ସତ୍ତ୍ୱେ, ଦଳର ଫିଲ୍ଡିଂ ଅତ୍ୟନ୍ତ ନିରାଶାଜନକ ଥିଲା । ଏପରି ପରିସ୍ଥିତିରେ, ଆଶା କରାଯାଉଥିଲା ଯେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଏହି ଭୁଲକୁ ସଂଶୋଧନ କରିବ କିନ୍ତୁ ତାହା ହେଲା ନାହିଁ । କାହିଁକି ନା ଟିମ୍ ଇଣ୍ଡିଆ ଦୁଇଟି ସହଜ କ୍ୟାଚ୍ ଛାଡ଼ିକି ଆଶ୍ଚର୍ଯ୍ୟ କରିଥିଲା।
ଏପରି ଫିଲ୍ଡିଂ ଦେଖି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରାଗିଗଲେ। କାରଣ ହର୍ଷିତ ରାଣା ତାଙ୍କ ବଲରେ ଗୋଟିଏ କ୍ୟାଚ୍ ଛାଡି ଦେଇଥିଲେ। ୨୩ ଫେବୃଆରୀ ରବିବାର ଦିନ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଫିଲ୍ଡିଂର ଦୁଇଟି ଭିନ୍ନ ଦିଗ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ, ଅକ୍ଷର ପଟେଲ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଇମାମ୍ ଉଲ୍ ହକ୍ଙ୍କୁ ରନ ଆଉଟ୍ କରିଥିଲେ। କିନ୍ତୁ ଏହା ପରେ ଦୁଇ ଜଣ ଖେଳାଳି ନିଜ ପ୍ରୟାସରେ ସମସ୍ତଙ୍କୁ ନିରାଶ କରିଥିଲେ, ଯାହା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରାଗି ଯାଇଥିଲେ।
କ୍ୟାଚ୍ ଛାଡିବା ପରେ ରାଗି ଯାଇଥିଲେ ହାର୍ଦ୍ଦିକ୍
ଏସବୁ ପାକିସ୍ତାନ ଇନିଂସର ୩୩ତମ ଓଭର ଚାଲିଥିଲା। ଅଧିନାୟକ ମହମ୍ମଦ ରିଜୱାନ ଏବଂ ସୌଦ ଶକିଲଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା । ଏହି ସମୟରେ ଟିମ୍ ଇଣ୍ଡିଆକୁ ଏକ ୱିକେଟ୍ ଦରକାର ଥିଲା । ଏହି ଓଭରର ଶେଷ ବଲ୍ରେ, ରିଜୱାନ ଏକ ଉଚ୍ଚ ସଟ୍ ମାରିଥିଲେ । ସେହି ସମୟରେ ହର୍ଷିତ ବଲ୍ ଧରିବା ପାଇଁ ପଛକୁ ଦୌଡ଼ିଥିଲେ। କ୍ୟାଚ୍ ଟିକେ କଷ୍ଟକର ଥିଲା କାରଣ ତାଙ୍କୁ ପଛକୁ ଦୌଡ଼ିବା ସମୟରେ ଏହାକୁ ଧରିବାକୁ ପଡିଥିଲା କିନ୍ତୁ ସେ ବଲକୁ ଠିକ୍ ଭାବରେ ଧରିପାରିଲେ ନାହିଁ । ତା’ପରେ ଡାଇଭ କରିବାରେ ଭୁଲ କଲେ। ଏହି କାରଣରୁ କ୍ୟାଚ୍ଟି ମିସ୍ ହୋଇଗଲା। ଏଥିରେ ହାର୍ଦ୍ଦିକ ରାଗିଗଲେ କିନ୍ତୁ ସେ ତାଙ୍କ ଯୁବ ସାଥୀଙ୍କ ଉପରେ କୌଣସି ପ୍ରକାରରେ ରାଗକୁ ନିୟନ୍ତ୍ରଣ କରିଥିଲେ । ଅକ୍ଷର ପଟେଲ ପରବର୍ତ୍ତୀ ଓଭରରେ ରିଜୱାନଙ୍କୁ ବୋଲ୍ଡ କରିଥିଲେ।