ପ୍ରତୀକ୍ଷାର ହେଲା ଅନ୍ତ, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ଵର: ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ପାରମ୍ପରିକ ବେଢା ପରିକ୍ରମା ପରେ ଉଠିଛି ମହାଦୀପ । ନିର୍ଦ୍ଧାରିତ ସମୟ କ୍ରମେ ରାତି ୧୦ଟା ୧୫ରେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ମନ୍ଦିର ପରିସର ଶିବ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଛି।ଲିଙ୍ଗରାଜ ମନ୍ଦିରରେ ଜାଗର ପାଇଁ ଭକ୍ତମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।  ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିଲା। ଏହା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରଖି ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଅପରାହ୍ନରୁ ଅନେକ ଉପବାସଧାରୀ ରାତିରେ ଉଜାଗର ରହି ଦୀପ ଜାଳିବାପାଇଁ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବସି ରହିଥିଲେ।  ନିର୍ଦ୍ଧାରିତ ନୀତିନିର୍ଘଣ୍ଟ  ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼  ଖୋଲାଯାଇଥିଲା । ମଙ୍ଗଳଆଳତି ଓ ଅବକାଶ  ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ  ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ  ୧୧ଟା ଯାଏ ରହିଥିଲା । ଏହାପରେ ଅପରାହ୍ଣ  ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ  ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ  ମିଳିଥିଲା । ଆଉ ନିର୍ଦ୍ଧାରିତ ଅନୁସାରେ ମହାଦୀପ ରାତି ୧୦ଟା ୧୫ରେ ଉଠିଛି।  ମହାଦୀପ ଦର୍ଶନ କଲାପରେ ଭକ୍ତ

ପ୍ରତୀକ୍ଷାର ହେଲା ଅନ୍ତ, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ଵର: ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ଭକ୍ତିମୟ ପରିବେଶ ଏବଂ ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ପାରମ୍ପରିକ ବେଢା ପରିକ୍ରମା ପରେ ଉଠିଛି ମହାଦୀପ । ନିର୍ଦ୍ଧାରିତ ସମୟ କ୍ରମେ ରାତି ୧୦ଟା ୧୫ରେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିଛନ୍ତି । ମନ୍ଦିର ପରିସର ଶିବ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଛି।

ଲିଙ୍ଗରାଜ ମନ୍ଦିରରେ ଜାଗର ପାଇଁ ଭକ୍ତମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।  ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିଲା। ଏହା ସହିତ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରଖି ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ଅପରାହ୍ନରୁ ଅନେକ ଉପବାସଧାରୀ ରାତିରେ ଉଜାଗର ରହି ଦୀପ ଜାଳିବାପାଇଁ ମନ୍ଦିର ବେଢ଼ା ଭିତରେ ଓ ବାହାରେ ବସି ରହିଥିଲେ।  


ନିର୍ଦ୍ଧାରିତ ନୀତିନିର୍ଘଣ୍ଟ  ଅନୁଯାୟୀ ଭୋର ୩ଟାରେ ଠାକୁରଙ୍କ ପହୁଡ଼  ଖୋଲାଯାଇଥିଲା । ମଙ୍ଗଳଆଳତି ଓ ଅବକାଶ  ନୀତି ସାଢ଼େ ୩ଟା ସୁଦ୍ଧା ଶେଷ ହୋଇ  ଶ୍ରଦ୍ଧାଳୁଙ୍କ ପାଇଁ ସାହାଣମେଲା ଦର୍ଶନ ଦିନ  ୧୧ଟା ଯାଏ ରହିଥିଲା । ଏହାପରେ ଅପରାହ୍ଣ  ୩ଟା ୪୫ ଓ ରାତି ୧୦ଟାରେ ଘଣ୍ଟାଏ  ଲେଖାଏଁ ସାହାଣମେଲା ଦର୍ଶନର ସୁଯୋଗ  ମିଳିଥିଲା । ଆଉ ନିର୍ଦ୍ଧାରିତ ଅନୁସାରେ ମହାଦୀପ ରାତି ୧୦ଟା ୧୫ରେ ଉଠିଛି।  ମହାଦୀପ ଦର୍ଶନ କଲାପରେ ଭକ୍ତଗଣ ବ୍ରତ  ସମାପନ କରିଛନ୍ତି । ଏହା ସହିତ ଭଜନ ମଣ୍ଡପରେ ଦେଶ ତଥା ରାଜ୍ୟର  ନାମୀ କଣ୍ଠଶିଳ୍ପୀମାନେ ଭଜନ ପରିବେଶଷ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଛାମୁ ପରିଷ୍କାର ନୀତି ସମ୍ପାଦିତ ହୋଇ ଦେବ ଦେବ ମହାଦେବ ବୀରକିଶୋର ବେଶରେ ବିରାଜିତ ହୋଇଥିଲେ । ଅନ୍ୟପଟେ ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବା ପରେ ଠାକୁର ଠାକୁରାଣୀଙ୍କ ପହୁଡ଼ (ଶୟନ) ନୀତି ସମ୍ପାଦିତ ହୋଇଥିଲା ।

ସନ୍ଧ୍ୟାରେ ଠାକୁରଙ୍କ ଟେରାଫିଟା କରାଯାଇ ସନ୍ଧ୍ୟା ଆଳତୀ ହେବା ପରେ ଠାକୁରଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମଣ ନୀତି ବିଧିମତେ ସମ୍ପାଦିତ ହୋଇଥିଲା। ସନ୍ଧ୍ୟା ଧୂପ ପରେ ବିନ୍ଦୁସାଗରରୁ ୧୦୮ କଳସୀ ତୀର୍ଥଜଳ ଅଣାଯାଇ ଠାକୁରଙ୍କ ନିକଟରେ ଲାଗି କରାଯାଇଥିଲା।