ବିଧାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ, ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା
ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାଜପୁର ବୁଢ଼ା ଘାଟ ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଏଥରେ ତାଙ୍କ ଗାଡ଼ିର ଆଗ କାଚ ଭାଙ୍ଗିଥିବା ଜଣା ପଡିଛି । ତେବେ ଆକ୍ରମଣ ପଛର କାରଣ ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ ସଦର ଥାନା ସହ ଟାଉନ୍ ଥାନା ପୋଲିସ ମୁତୟନ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ବିଧାୟକ ହିମାଂଶୁ ସାହୁଙ୍କ ଅଭିଯୋଗ ମୁତାବକ, ସେ ଜିଲ୍ଲାପାଳଙ୍କ ଅଫିସକୁ ଏକ ମିଟିଂ ପାଇଁ ଯିବାବେଳେ ଯାଜପୁର ବୁଢ଼ାପୋଲ ନିକଟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । କିଛି ଲୋକ ଟାୟାର ଜାଳି ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ତାଙ୍କ ଗାଡ଼ି ସେଠାରେ ଅଟକି ଥିଲା । କିନ୍ତୁ କିଛି ଲୋକ ହଠାତ୍ ତାଙ୍କ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ତାଙ୍କୁ ଦେଖି ମଧ୍ୟ ଆକ୍ରମଣ କରିଥିଲେ, ଏମିତିକି ବେକର ଥିବା ସୁନା ଚେନକୁ ଛିଣ୍ଡାଇ ନେଇଗଲେ । ଆଉ ନାରା ଦେଉଥିଲେ, ବବି ଭାଇ ଜିନ୍ଦାବାଦ୍, ଏ ବବି ଭାଇଙ୍କ ବିରୋଧରେ ବହୁତ କହୁଥିଲା ତୁ ଜୀବନରୁ ମାରିଦେବୁ, ତୁରନ୍ତ ଏଠୁ ପଳା ବୋଲି କହିଥିଲେ । ଏମିତିକି ପୋଲିସ ସାମ୍ନାରେ ଏସବୁ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ବିଧାୟକ।ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ସମର୍ଥକମାନେ ସେଠାରେ ପହଞ୍ଚିଛନ୍ତି। ସେମାନେ ବିଧାୟକଙ୍କ ଗାଡ଼ିକୁ ଘେରି ରହିଛନ୍ତି। ପୁଲିସ ସ
ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଗାଡ଼ି ଉପରକୁ ଆକ୍ରମଣ । ଯାଜପୁର ବୁଢ଼ା ଘାଟ ନିକଟରେ କିଛି ଯୁବକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି। ଏଥରେ ତାଙ୍କ ଗାଡ଼ିର ଆଗ କାଚ ଭାଙ୍ଗିଥିବା ଜଣା ପଡିଛି । ତେବେ ଆକ୍ରମଣ ପଛର କାରଣ ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ ସଦର ଥାନା ସହ ଟାଉନ୍ ଥାନା ପୋଲିସ ମୁତୟନ । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।
ବିଧାୟକ ହିମାଂଶୁ ସାହୁଙ୍କ ଅଭିଯୋଗ ମୁତାବକ, ସେ ଜିଲ୍ଲାପାଳଙ୍କ ଅଫିସକୁ ଏକ ମିଟିଂ ପାଇଁ ଯିବାବେଳେ ଯାଜପୁର ବୁଢ଼ାପୋଲ ନିକଟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । କିଛି ଲୋକ ଟାୟାର ଜାଳି ରାସ୍ତାରୋକ କରିଥିଲେ । ରାସ୍ତା ବନ୍ଦ ଥିବାରୁ ତାଙ୍କ ଗାଡ଼ି ସେଠାରେ ଅଟକି ଥିଲା । କିନ୍ତୁ କିଛି ଲୋକ ହଠାତ୍ ତାଙ୍କ ଗାଡ଼ିକୁ ରଡ୍ ଓ ଠେଙ୍ଗାରେ ପିଟିଥିଲେ । ଗାଡ଼ିରେ ତାଙ୍କୁ ଦେଖି ମଧ୍ୟ ଆକ୍ରମଣ କରିଥିଲେ, ଏମିତିକି ବେକର ଥିବା ସୁନା ଚେନକୁ ଛିଣ୍ଡାଇ ନେଇଗଲେ । ଆଉ ନାରା ଦେଉଥିଲେ, ବବି ଭାଇ ଜିନ୍ଦାବାଦ୍, ଏ ବବି ଭାଇଙ୍କ ବିରୋଧରେ ବହୁତ କହୁଥିଲା ତୁ ଜୀବନରୁ ମାରିଦେବୁ, ତୁରନ୍ତ ଏଠୁ ପଳା ବୋଲି କହିଥିଲେ । ଏମିତିକି ପୋଲିସ ସାମ୍ନାରେ ଏସବୁ ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ବିଧାୟକ।
ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି କର୍ମୀ ଓ ସମର୍ଥକମାନେ ସେଠାରେ ପହଞ୍ଚିଛନ୍ତି। ସେମାନେ ବିଧାୟକଙ୍କ ଗାଡ଼ିକୁ ଘେରି ରହିଛନ୍ତି। ପୁଲିସ ସେଠାରେ ଉପସ୍ଥିତ ଅଛି। ଘଟଣାର ତଦନ୍ତ ପାଇଁ ପୁଲିସ ୩ଟି ଟିମ୍ ଗଠନ କରିଥିବା ଜଣାପଡ଼ିଛି।