ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ପଦବିରୁ ଇସ୍ତଫା ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ : ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆଜି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ବିନା କୌଣସି ପଦବିରେ ସପା ଦଳକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଜାରି ରଖିବେ ବୋଲି କହିଛନ୍ତି। ଅଖିଳେଶ ଯାଦବଙ୍କ ପାଖକୁ ଲେଖିଥିବା ଇସ୍ତଫା ପତ୍ରରେ ମୌର୍ଯ୍ୟ କହିଛନ୍ତି, ସେ ବିନା କୌଣସି ପଦବୀରେ ଦଳକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ ଜାରି ରଖିବେ। ମୌର୍ଯ୍ୟ ସୋସିଆଲ […]

ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ପଦବିରୁ ଇସ୍ତଫା ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ : ବରିଷ୍ଠ ସମାଜବାଦୀ ପାର୍ଟି (ସପା) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଆଜି ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ବିନା କୌଣସି ପଦବିରେ ସପା ଦଳକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଜାରି ରଖିବେ ବୋଲି କହିଛନ୍ତି। ଅଖିଳେଶ ଯାଦବଙ୍କ ପାଖକୁ ଲେଖିଥିବା ଇସ୍ତଫା ପତ୍ରରେ ମୌର୍ଯ୍ୟ କହିଛନ୍ତି, ସେ ବିନା କୌଣସି ପଦବୀରେ ଦଳକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ ଜାରି ରଖିବେ। ମୌର୍ଯ୍ୟ ସୋସିଆଲ ମିଡିଆରେ ତାଙ୍କ ଇସ୍ତଫାପତ୍ର ସେୟାର କରିଛନ୍ତି। ସମାଜବାଦୀ ପାର୍ଟିର ରାଜ୍ୟ ବିଧାନସଭା ପରିଷଦ ସଦସ୍ୟ ମୌର୍ଯ୍ୟ ୨୦୨୨ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ଫଜିଲନଗରରୁ ବିଧାନସଭା ନିର୍ବାିଚନ ଲଢ଼ିଥିଲେ। ରାମଚରିତମାନସ ଏବଂ ଅଯୋଧ୍ୟା ମନ୍ଦିରକୁ ନେଇ ସେ ଏକ ବିବାଦୀୟ ବୟାନ ରଖିଥିଲେ।