ସନ୍ଦେଶଖାଲି ଅଭିଯୁକ୍ତ ଶେଖ ଶାହଜାହାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛି ଟିଏମସି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସନ୍ଦେଶଖାଲି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ଟିଏମ୍ସି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସନ୍ଦେଶଖାଲି ମାମଲାରେ ଅଭିଯୁକ୍ତ ଟିଏମ୍ସି ନେତା ଶେଖ ଶାହଜାହାନଙ୍କୁ ଟିଏମସି ବଞ୍ଚାଇବାକୁ ଚେଷ୍ଟା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ଆରାମବାଗରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ରାଜ୍ୟର ଲୋକମାନେ ପ୍ରଶ୍ନପ କରୁଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କ’ଣ ସନ୍ଦେଶଖାଲିର ପୀଡ଼ିତା ମହିଳାଙ୍କ ଅପେକ୍ଷା କିଛି ଲୋକଙ୍କ ଭୋଟ୍ ଅଧିକ […]

ସନ୍ଦେଶଖାଲି ଅଭିଯୁକ୍ତ ଶେଖ ଶାହଜାହାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଛି ଟିଏମସି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସନ୍ଦେଶଖାଲି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗରେ ଟିଏମ୍ସି ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସନ୍ଦେଶଖାଲି ମାମଲାରେ ଅଭିଯୁକ୍ତ ଟିଏମ୍ସି ନେତା ଶେଖ ଶାହଜାହାନଙ୍କୁ ଟିଏମସି ବଞ୍ଚାଇବାକୁ ଚେଷ୍ଟା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ଆରାମବାଗରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋଦୀ କହିଛନ୍ତି, ରାଜ୍ୟର ଲୋକମାନେ ପ୍ରଶ୍ନପ କରୁଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କ’ଣ ସନ୍ଦେଶଖାଲିର ପୀଡ଼ିତା ମହିଳାଙ୍କ ଅପେକ୍ଷା କିଛି ଲୋକଙ୍କ ଭୋଟ୍ ଅଧିକ ଗୁରୁତ୍ବପୂର୍ଣ୍ଣ। ସେ ମଧ୍ୟ ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଇଣ୍ଡିଆ ମେଣ୍ଟ ଉକ୍ତ ପ୍ରସଙ୍ଗରେ ନିରବ କାହିଁକି। ଟିଏମସି ସ୍ଲୋଗାନ ‘ମା’, ମାଟି , ମାନୁଷ’କୁ ଇଙ୍ଗିତ କରି ମୋଦୀ କହିଛନ୍ତି, ଟିଏମସି ଦ୍ବାରା ସନ୍ଦେଶଖାଲି ମହିଳାମାନଙ୍କ ପ୍ରତି କ’ଣ ହେଲା। ସାରା ଦେଶକୁ ଏହି ପ୍ରସଙ୍ଗ ଦୁଃଖିତ ଏବଂ କ୍ରୋଧାନ୍ବିତ କରିଛି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଏଭଳି ଲୋକଙ୍କ କାର୍ଯ୍ୟ ପାଇଁ ରାଜା ରାମ ମୋହନ ରାୟଙ୍କ ଆତ୍ମା କାନ୍ଦିବ। ମୋଦୀ କହିଛନ୍ତି, ଜଣେ ଟିଏମସି ନେତା ସନ୍ଦେଶଖାଲି ମହିଳାଙ୍କୁ ନିର୍ଯାତନା ଦେବାର ସବୁ ସୀମା ଟପି ଯାଇଥିଲେ। କିନ୍ତୁ ସେମାନେ ଯେତେବେଳେ ଉକ୍ତ ପ୍ରସଙ୍ଗରେ ପାଟି ଖୋଲିଲେ ଏବଂ ମମତା ଦିଦିଙ୍କ ସହଯୋଗ ଚାହିଲେ। କିନ୍ତୁ ମମତା ଦିଦି ଏବଂ ପଶ୍ଚିମବଙ୍ଗ ସରକାର ଶାହଜାହାନଙ୍କୁ ସୁରକ୍ଷା ଦେବାପାଇଁ ସବୁ ପ୍ରକାର ପ୍ରୟାସ କରିଛନ୍ତି। କିନ୍ତୁ ବିଜେପି ନେତାଙ୍କ ଚାପ ଯୋଗୁଁ ପଶ୍ଚିମବଙ୍ଗ ପୁଲିସ ଅଭିଯୁକ୍ତକୁ ଗିରଫ କରିବାପାଇଁ ବାଧ୍ୟ କଲେ।