ଭର୍ସାଟାଇଲ ନିତୁ
ନିକଟରେ ଆମେରିକାରେ ଆୟୋଜନ ହୋଇଥିବା ବ୍ଲୁ ୱେଭ ଇଭେଣ୍ଟରେ ଉମରା ଓ ଜାନ୍ ଅଦା ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ନିତୁ ଚନ୍ଦ୍ରା । ତେବେ ନିତୁଙ୍କୁ ବର୍ତ୍ତମାନ ଭାରତର ଭର୍ସାଟାଇଲ ଅଭିନେତ୍ରୀର ଆଖ୍ୟ ମିଳିଛି । ୨୦୦୩ରେ ତେଲୁଗୁ ଫିଲ୍ମ ବିଷ୍ଣୁରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନିତୁ ବର୍ତ୍ତମାନ ସୁଦ୍ଧା ଏକାଧୀକ ଇଣ୍ଡଷ୍ଟ୍ରୀରେ କାମ କରି ସାରିଲେଣି । ଏହାପରେ ୨୦୦୫ରେ ତାଙ୍କୁ ହିନ୍ଦି ଫିଲ୍ମ ଗରମ ମସାଲାରେ ବଲିଉଡ ଡେବୁ୍ୟ […]

ନିକଟରେ ଆମେରିକାରେ ଆୟୋଜନ ହୋଇଥିବା ବ୍ଲୁ ୱେଭ ଇଭେଣ୍ଟରେ ଉମରା ଓ ଜାନ୍ ଅଦା ଚରିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ନିତୁ ଚନ୍ଦ୍ରା । ତେବେ ନିତୁଙ୍କୁ ବର୍ତ୍ତମାନ ଭାରତର ଭର୍ସାଟାଇଲ ଅଭିନେତ୍ରୀର ଆଖ୍ୟ ମିଳିଛି । ୨୦୦୩ରେ ତେଲୁଗୁ ଫିଲ୍ମ ବିଷ୍ଣୁରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନିତୁ ବର୍ତ୍ତମାନ ସୁଦ୍ଧା ଏକାଧୀକ ଇଣ୍ଡଷ୍ଟ୍ରୀରେ କାମ କରି ସାରିଲେଣି । ଏହାପରେ ୨୦୦୫ରେ ତାଙ୍କୁ ହିନ୍ଦି ଫିଲ୍ମ ଗରମ ମସାଲାରେ ବଲିଉଡ ଡେବୁ୍ୟ କରିଥିବାର ଦେଖିବାକୁ ମିଳିଥିଲା । କେବଳ ହିନ୍ଦି ନୁହେଁ ତାଙ୍କୁ ତେଲୁଗୁ, ତାମିଲ, କନ୍ନଡ, ଭୋଜପୁରୀ, ଗ୍ରିକ୍ ଓ ହଲିଉଡ ଭଳି ଇଣ୍ଡଷ୍ଟ୍ରୀରେ ଦେଖିବାକୁ ମିଳିଥିଲା । ଶେଷଥର ପାଇଁ ତାଙ୍କୁ ହଲିଉଡ ଫିଲ୍ମ ନେଭର ବ୍ୟାକ୍ ଡାଉନ୍ରେ ଦେଖିବାକୁ ମିଳିଥିଲା । ଏହା ଏକ ଆମେରିକାନ ମାର୍ସିଆଲ ଆର୍ଟ ଫିଲ୍ମ ଥିଲା, ଯେଉଁଥିରେ ନିତୁଙ୍କୁ ଆକସନ୍ କରୁଥିବାର ଦର୍ଶକ ଦେଖିବାକୁ ପାଇଥିଲେ । କେବଳ ଅଭିନେତ୍ରୀ ନୁହେଁ ପ୍ରଯୋଜକ ଭାବେ ମଧ୍ୟ ନିତୁ ଦୁଇଟି ଫିଲ୍ମର ପ୍ରଯୋଜନା କରିଛନ୍ତି । ଆଗକୁ ବି ଟାଉନ୍ରେ ଆହୁରି ଅଧିକ କାମ କରିବାକୁ ଇଚ୍ଛା ରଖିଛନ୍ତି ନିତୁ । ସେହିଭଳି ଅନ୍ୟ ଇଣ୍ଡଷ୍ଟ୍ରୀରେ ଯଦି ସୁଯୋଗ ମିଳେ ତେବେ ନିଜ ଟାଲେଣ୍ଟ ଦେଖେଇବାକୁ ରାଜି ଅଛନ୍ତି ଏହି ଭର୍ସାଟାଇଲ୍ ନାୟିକା ।