ସ୍କୁଲ ହଷ୍ଟେଲ୍ରେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା !
ପାଟନା : ବିହାରର କଟିହାର ଜିଲ୍ଲାର ଏକ ଘରୋଇ ସ୍କୁଲ୍ରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ସ୍କୁଲ୍ ହଷ୍ଟେଲ୍ରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ଶବ ହଷ୍ଟେଲ ଟଏଲେଟ୍ ନିକଟରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସ୍କୁଲ୍ ପ୍ରଶାସନ ଏହାକୁ ଆତ୍ମହତ୍ୟା କହୁଥିଲେ ମଧ୍ୟ ମୃତ ଛାତ୍ରଙ୍କ ପରିବାର ସଦସ୍ୟ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରଙ୍କ ବୟସ ୧୩। ସେ ମଣିହାରି ଥାନା ଅଧୀନସ୍ଥ […]

ପାଟନା : ବିହାରର କଟିହାର ଜିଲ୍ଲାର ଏକ ଘରୋଇ ସ୍କୁଲ୍ରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି। ସ୍କୁଲ୍ ହଷ୍ଟେଲ୍ରେ ରହୁଥିବା ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ଶବ ହଷ୍ଟେଲ ଟଏଲେଟ୍ ନିକଟରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ସ୍କୁଲ୍ ପ୍ରଶାସନ ଏହାକୁ ଆତ୍ମହତ୍ୟା କହୁଥିଲେ ମଧ୍ୟ ମୃତ ଛାତ୍ରଙ୍କ ପରିବାର ସଦସ୍ୟ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଉକ୍ତ ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରଙ୍କ ବୟସ ୧୩। ସେ ମଣିହାରି ଥାନା ଅଧୀନସ୍ଥ ଦିଲାରପୁର ଗ୍ରାମ ବାସିନ୍ଦା। ଗତ ୩ ବର୍ଷ ହେବ ସେ ସ୍କୁଲ୍ ହଷ୍ଟେଲରେ ରହୁଥିଲେ। ଛାତ୍ରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସ୍କୁଲ୍ ଏବଂ ହଷ୍ଟେଲ୍ ପ୍ରଶାସନ ଏହି ଅପରାଧ ଘଟାଇଛନ୍ତି। ସେମାନେ ତାଙ୍କୁ ପିଟିପିଟି ମାରି ଦେଇଛନ୍ତି ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେଉଛନ୍ତି। ମୃତ ଛାତ୍ରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ସେମାନଙ୍କ ପିଲା କାହାର ୨୦୦ ଟଙ୍କା ନେଇଯାଇଥିବାରୁ ତାକୁ ପ୍ରବଳ ଅପମାନିତ କରାଯାଇଛି। ପରିବାର ସଦସ୍ୟ ଏହି ଟଙ୍କା ଫେରାଇବା ସହ ତାଙ୍କ ପିଲାକୁ ଅପମାନିତ ନକରିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍କୁଲ୍ କର୍ତ୍ତୃପକ୍ଷ ଏହା ସତ୍ତ୍ବେ ତାଙ୍କୁ ମାରପିଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି।