ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ମୃତ
ବଲାଙ୍ଗୀର: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ମୃତ । ମୃତକ ବାଇକ ଚାଳକ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଜଡ଼ାମୁଡ଼ାର ସୁମନ୍ତ ପ୍ରଧାନ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଶନିବାର ସକାଳୁ ଲୋଇସିଂହା ଜଡ଼ାମୁଡ଼ାର ସୁମନ୍ତ ପ୍ରଧାନ ବଲାଙ୍ଗିରରୁ ଘରକୁ ଫେରୁଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଫାସଡ ଗ୍ରାମଠାରେ ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା […]

ବଲାଙ୍ଗୀର: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ ଚାଳକ ମୃତ । ମୃତକ ବାଇକ ଚାଳକ ହେଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଜଡ଼ାମୁଡ଼ାର ସୁମନ୍ତ ପ୍ରଧାନ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ପରିବାର ଏବଂ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।
ଶନିବାର ସକାଳୁ ଲୋଇସିଂହା ଜଡ଼ାମୁଡ଼ାର ସୁମନ୍ତ ପ୍ରଧାନ ବଲାଙ୍ଗିରରୁ ଘରକୁ ଫେରୁଥିଲେ । ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଫାସଡ ଗ୍ରାମଠାରେ ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଅଟକ ରଖିବା ସହିତ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଛନ୍ତି । ବଲାଙ୍ଗିର-ସମ୍ବଲପୁର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଖବର ପାଇ ବଲାଙ୍ଗିର ସଦର, ପୁଇଁତଳା ଓ ଲୋଇସିଂହା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ବଲାଙ୍ଗିର ଏସଡିପିଓ ଏବଂ ଆଡିସନାଲ୍ ଏସପି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।