କମିଶନରେଟ ପୋଲିସ ପକ୍ଷରୁ ହୋଲି ଗାଇଡ଼ ଲାଇନ ଜାରି
ଭୁବନେଶ୍ୱର : ଆଉ ମାତ୍ର ୨ ଦିନ ପରେ ରଙ୍ଗର ପର୍ବ ହୋଲି । ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ। ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ […]

ଭୁବନେଶ୍ୱର : ଆଉ ମାତ୍ର ୨ ଦିନ ପରେ ରଙ୍ଗର ପର୍ବ ହୋଲି । ହୋଲି ପାଇଁ ଗାଇଡ୍ଲାଇନ୍ ଜାରି କଲା କମିଶନରେଟ୍ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍ମିଟ୍ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ରଙ୍ଗ ଲଗାଇ ନିଶାରେ ଉତ୍ପାତ କଲେ ବନ୍ଧାହେବେ । ମଦ ପିଇ ରୋମିଓ ବନିଲେ ମଧ୍ୟ ସାବାଡ଼ କରିବ ପୁଲିସ।
ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାସହ ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ କଟକଣା ଲଗାଯାଇଛି । ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ । ତେବେ ହୋଲି ଦିନ ଯେଉଁମାନେ ରାସ୍ତା ଉପରେ ହୋଲି ଖେଳି ଗହଳି କରିବେ ସେମାନଙ୍କୁ ପିସିଆର ଉଠାଇ ନେଇଯିବ ।
ସେହିପରି ଚଳିତ ବର୍ଷ ରାଜଧାନୀରେ କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍ ରଙ୍ଗ ବାରଣ କରାଯାଇଥିବା ନେଇ ଡିସିପି କହିଛନ୍ତି ।