ସୁନିତା ୱିଲିୟମସ୍ ଦୈନିକ ଦେଖୁଛନ୍ତି ୧୬ ସୂର୍ଯ୍ୟୋଦୟ ଓ ଅସ୍ତ, ଜାଣନ୍ତୁ କିପରି ସମ୍ଭବ?

ନୂଆଦିଲ୍ଲୀ ୪।୧୧: ପୃଥିବୀରେ ରହୁଥିବା ଲୋକେ ଦିନକୁ ଥରଟିଏ ଲେଖାଏଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବସ୍ଥାନ କରୁଥିବା ମହାକାଶଚାରୀ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଛନ୍ତି। ଗତ ୫ ମାସ ହେଲା ସ୍ପେସ୍ ଷ୍ଟେସନରେ ଅଟକି ରହିଥିବା ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମସ୍ ଏବେ ଦୈନିକ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଛନ୍ତି। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା। ସୁନିତା ୱିଲିୟମସ୍ ୬ ଜୁନ୍ ୨୦୨୪ରୁ ଆଇଏସଏସରେ ଅଟକି ରହିଛନ୍ତି। ଏହିଠାରେ ହିଁ ସେ ଏଥର ଦୀପାବଳି ପାଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦୀପାବଳି ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଭବନରେ ଦୀପାବଳି ପାଳନ କରାଯାଇଥିଲା। ଏହି ଅବସରରେ ସୁନିତା ୱିଲିୟମସ୍ ଙ୍କ ଏକ ଭିଡିଓ ମଧ୍ୟ ଚଳାଯାଇଥିଲା, ଯେଉଁଥିରେ ସେ ବିଶ୍ୱବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଆମେରିକାର ସର୍ଜନ ଜେନେରାଲ ଡା. ବିବେକ ମୂର୍ତ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୁନିତା ଦୈନିକ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଥିବା ସୂଚିତ କରିଥିଲେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ପୃଥିବୀ ଠାରୁ ପାଖପାଖି ୨୬୦ ମାଇଲ ଅର୍ଥାତ ୪୧୮ କିଲୋମିଟର ଉପରେ ରହିଛି ଓ ସବୁ ସମୟରେ ପାଖାପାଖି ଘଣ୍ଟାପ୍ରତି ୧୭୫୦୦ ମାଇଲ ବେଗ ଅର୍ଥାତ ୨୮୧୬୯ କିଲୋମିଟର ବେଗରେ ପୃଥିବୀକୁ ଚକ୍

ସୁନିତା ୱିଲିୟମସ୍ ଦୈନିକ ଦେଖୁଛନ୍ତି ୧୬ ସୂର୍ଯ୍ୟୋଦୟ ଓ ଅସ୍ତ, ଜାଣନ୍ତୁ କିପରି ସମ୍ଭବ?

ନୂଆଦିଲ୍ଲୀ ୪।୧୧: ପୃଥିବୀରେ ରହୁଥିବା ଲୋକେ ଦିନକୁ ଥରଟିଏ ଲେଖାଏଁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବସ୍ଥାନ କରୁଥିବା ମହାକାଶଚାରୀ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଛନ୍ତି। ଗତ ୫ ମାସ ହେଲା ସ୍ପେସ୍ ଷ୍ଟେସନରେ ଅଟକି ରହିଥିବା ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମସ୍ ଏବେ ଦୈନିକ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଛନ୍ତି। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା। 

ସୁନିତା ୱିଲିୟମସ୍ ୬ ଜୁନ୍ ୨୦୨୪ରୁ ଆଇଏସଏସରେ ଅଟକି ରହିଛନ୍ତି। ଏହିଠାରେ ହିଁ ସେ ଏଥର ଦୀପାବଳି ପାଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦୀପାବଳି ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଭବନରେ ଦୀପାବଳି ପାଳନ କରାଯାଇଥିଲା। ଏହି ଅବସରରେ ସୁନିତା ୱିଲିୟମସ୍ ଙ୍କ ଏକ ଭିଡିଓ ମଧ୍ୟ ଚଳାଯାଇଥିଲା, ଯେଉଁଥିରେ ସେ ବିଶ୍ୱବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଆମେରିକାର ସର୍ଜନ ଜେନେରାଲ ଡା. ବିବେକ ମୂର୍ତ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୁନିତା ଦୈନିକ ୧୬ ଥର ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଥିବା ସୂଚିତ କରିଥିଲେ। 

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ) ପୃଥିବୀ ଠାରୁ ପାଖପାଖି ୨୬୦ ମାଇଲ ଅର୍ଥାତ ୪୧୮ କିଲୋମିଟର ଉପରେ ରହିଛି ଓ ସବୁ ସମୟରେ ପାଖାପାଖି ଘଣ୍ଟାପ୍ରତି ୧୭୫୦୦ ମାଇଲ ବେଗ ଅର୍ଥାତ ୨୮୧୬୯ କିଲୋମିଟର ବେଗରେ ପୃଥିବୀକୁ ଚକ୍କର ଲଗାଉଛି। ଏହାର ବେଗ ୫ ମାଇଲ ପ୍ରତିସେକେଣ୍ଡ ଅର୍ଥାତ ସେକେଣ୍ଡ ପିଛା ୮ କିଲୋମିଟର। ସ୍ପେସ୍ ଷ୍ଟେସନର ବେଗ କେତେ ଏଥିରୁ ଆକଳନ କରାଯାଇ ପାରେ ଯେ ମାତ୍ର ୯୦ ମିନିଟରେ ପୃଥିବୀକୁ ଥରଟିଏ ପ୍ରଦିକ୍ଷଣ କରିଦେଉଛି। 

ଏହି ହିସାବରେ ଆଇଏସଏସ ପ୍ରତି ଦିନ ପୃଥିବୀକୁ ୧୬ ଥର ଚକ୍କର ଲଗାଉଛି। ଏଣୁ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ଗୋଟିଏ ଦିନରେ ୧୬ ସୂର୍ଯ୍ୟୋଦୟ ଓ ଅସ୍ତ ଦେଖୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୁନିତା ୱିଲିୟମସ୍ ଜୁନ ୪ ତାରିଖ ଦିନ ବୋଇଂ ଷ୍ଟାରଲାଇନର ମହାକାଶଯାନ ଦ୍ୱାରା ଆଇଏସଏସକୁ ଯାଇଥିଲେ। ପ୍ରାୟ ୨୫ ଘଣ୍ଟାର ଯାତ୍ରା ପରେ ସେ ସେଠାରେ ପହଞ୍ଚିଥିଲେ। ଏହି ମିସନରେ ସେ ୮ ଦିନ ସ୍ପେସ୍ ଷ୍ଟେସନରେ ରହିବା କଥା ଥିଲା। ବିଭିନ୍ନ ପ୍ରକାରର ରିସର୍ଚ୍ଚ ଓ ଏକ୍ସପିରିମେଣ୍ଟ ପରେ ସେ ଜୁନ ୧୩ ତାରିଖ ଦିନ ପୃଥିବୀକୁ ଫେରିବାର ଥିଲା ତେବେ ସ୍ପେସ୍ କ୍ରାଫ୍ଟରେ ବୈଷୟିକ ତ୍ରୁଟି ଯୋଗୁ ସେ ୫ ମାସ ହେଲା ମହାକାଶ କେନ୍ଦ୍ରରେ ଅଟକି ରହିଛନ୍ତି।