ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କୌଣସି ଏକ କାମକୁ ନେଇ କିରାଣୀ ସତ୍ୟପ୍ରିୟ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଯୋଜନା ମୁତାବକ, ସତ୍ୟପ୍ରିୟ  ୨୦ […] The post ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ appeared first on Dharitri Odia News.

ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ ନାୟକ। ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, କୌଣସି ଏକ କାମକୁ ନେଇ କିରାଣୀ ସତ୍ୟପ୍ରିୟ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଯୋଜନା ମୁତାବକ, ସତ୍ୟପ୍ରିୟ  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ଅପରପକ୍ଷେ ଆୟ ବର୍ହିଭୂତ ସମ୍ପତ୍ତି ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଉଥିବା ସୂଚନା ମିଳିଛି।

The post ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ appeared first on Dharitri Odia News.