ଏଭରେଷ୍ଟ୍‌ ନୁହେଁ ବିଶ୍ୱର ସବୁଠୁ ଉଚ୍ଚ ! ଜାଣନ୍ତୁ କେଉଁ ପର୍ବତ ରହିଛି ଶୀର୍ଷରେ...

ନୂଆଦିଲ୍ଲୀ ୧୧।୧୦: ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ କିଏ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ଚିନ୍ତାଧାରା ଅପେକ୍ଷା ଅଧିକ ବିବାଦୀୟ । ଯଦି ସମୁଦ୍ର ପତ୍ତନଠୁ ଉଚ୍ଚତା ମପାଯାଏ, ତିବ୍ୱତ ଓ ନେପାଳ ସୀମାରେ ଅବସ୍ଥିତ ୨୯,୦୩୨ ଫୁଟ (୮,୮୪୯ ମିଟର)ବିଶିଷ୍ଟ ମାଉଣ୍ଟ୍‌ ଏଭରେଷ୍ଟ୍‌ ସ୍ପଷ୍ଟତଃ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ । କିନ୍ତୁ ଯଦି ଏକ ପର୍ବତକୁ ତା’ର ଆଧାରଠୁ ମପାଯାଏ, ହୱାଇ ଦ୍ୱୀପରେ ସ୍ଥିତ ୩୩,୫୦୦ ଫୁଟ (୧୦,୨୧୧ ମିଟର)ବିଶିଷ୍ଟ ନିଷ୍କ୍ରିୟ ଆଗ୍ନେୟଗିରି ମୌନା କିଆ ସର୍ବୋଚ୍ଚ ଶୃଙ୍ଗ ଭାବେ ଶୀର୍ଷରେ ରହିବ । କିନ୍ତୁ, ସର୍ବୋଚ୍ଚ ପର୍ବତ ଦୌଡ଼ରେ ଆଉ ଏକ ପ୍ରତିଯୋଗୀ ଅଛି, ଯାହାର ନାଁ ମାଉଣ୍ଟ୍‌ ଚିମ୍ବୋରାଜୋ । ଆଣ୍ଡିଜ୍‌ର କର୍ଡିଲ୍ଲେରା ଅକ୍ସିଡେଣ୍ଟାଲ ଶୃଙ୍ଖଳାର ଭୂମଧ୍ୟରେଖାରେ ଏହା ଅବସ୍ଥିତ । ଏହା ଏକ ନିଷ୍କ୍ରିୟ ଷ୍ଟ୍ରାଟୋଭୋଲ୍‌କାନୋ, ଯାହାର ଆକାର କୋଣାକୃତି । ସମୁଦ୍ର ପତ୍ତନଠୁ ଚିମ୍ବୋରାଜୋର ଉଚ୍ଚତା ୨୦,୫୪୮ ଫୁଟ (୬,୨୬୩ ମିଟର) । ଅର୍ଥାତ୍‌ ଏଭରେଷ୍ଟ୍‌ଠୁ ପ୍ରାୟ ୮,୫୦୦ ଫୁଟ ଛୋଟ । ତଥାପି ଏହାର ଶିଖର ବାସ୍ତବରେ ପୃଥିବୀର କେନ୍ଦ୍ରଠୁ ୬,୮୦୦ ଫୁଟ ଦୂର, ଯାହା ପୃଥିବୀରେ ନକ୍ଷତ୍ରମାନଙ୍କର ସବୁଠୁ ନିକଟତମ ବିନ୍ଦୁ । ମାନଚିତ୍ରଣ ଓ ସାରଣୀ କରୁଥିବା ସଂଘୀୟ ଏଜେନ୍ସି ନୋଆର ନ୍ୟାସନାଲ ଜିଓଡେଟିକ୍‌ ସର୍ଭେର ପଦାର୍ଥବିଜ୍ଞାନୀ ଡେରେକ ଭାନ୍‌ ୱେଷ୍ଟ୍ରମ୍‌ କହିଛନ୍ତି, ପୃଥିବୀକୁ ଯଦି ମହାକାଶରେ ଏକ ନୀଳ ବିନ୍ଦୁ ଭାବେ

ଏଭରେଷ୍ଟ୍‌ ନୁହେଁ ବିଶ୍ୱର ସବୁଠୁ ଉଚ୍ଚ ! ଜାଣନ୍ତୁ କେଉଁ ପର୍ବତ ରହିଛି ଶୀର୍ଷରେ...

ନୂଆଦିଲ୍ଲୀ ୧୧।୧୦: ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ କିଏ? ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ଚିନ୍ତାଧାରା ଅପେକ୍ଷା ଅଧିକ ବିବାଦୀୟ । ଯଦି ସମୁଦ୍ର ପତ୍ତନଠୁ ଉଚ୍ଚତା ମପାଯାଏ, ତିବ୍ୱତ ଓ ନେପାଳ ସୀମାରେ ଅବସ୍ଥିତ ୨୯,୦୩୨ ଫୁଟ (୮,୮୪୯ ମିଟର)ବିଶିଷ୍ଟ ମାଉଣ୍ଟ୍‌ ଏଭରେଷ୍ଟ୍‌ ସ୍ପଷ୍ଟତଃ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ । କିନ୍ତୁ ଯଦି ଏକ ପର୍ବତକୁ ତା’ର ଆଧାରଠୁ ମପାଯାଏ, ହୱାଇ ଦ୍ୱୀପରେ ସ୍ଥିତ ୩୩,୫୦୦ ଫୁଟ (୧୦,୨୧୧ ମିଟର)ବିଶିଷ୍ଟ ନିଷ୍କ୍ରିୟ ଆଗ୍ନେୟଗିରି ମୌନା କିଆ ସର୍ବୋଚ୍ଚ ଶୃଙ୍ଗ ଭାବେ ଶୀର୍ଷରେ ରହିବ । 

କିନ୍ତୁ, ସର୍ବୋଚ୍ଚ ପର୍ବତ ଦୌଡ଼ରେ ଆଉ ଏକ ପ୍ରତିଯୋଗୀ ଅଛି, ଯାହାର ନାଁ ମାଉଣ୍ଟ୍‌ ଚିମ୍ବୋରାଜୋ । ଆଣ୍ଡିଜ୍‌ର କର୍ଡିଲ୍ଲେରା ଅକ୍ସିଡେଣ୍ଟାଲ ଶୃଙ୍ଖଳାର ଭୂମଧ୍ୟରେଖାରେ ଏହା ଅବସ୍ଥିତ । ଏହା ଏକ ନିଷ୍କ୍ରିୟ ଷ୍ଟ୍ରାଟୋଭୋଲ୍‌କାନୋ, ଯାହାର ଆକାର କୋଣାକୃତି । ସମୁଦ୍ର ପତ୍ତନଠୁ ଚିମ୍ବୋରାଜୋର ଉଚ୍ଚତା ୨୦,୫୪୮ ଫୁଟ (୬,୨୬୩ ମିଟର) । ଅର୍ଥାତ୍‌ ଏଭରେଷ୍ଟ୍‌ଠୁ ପ୍ରାୟ ୮,୫୦୦ ଫୁଟ ଛୋଟ । ତଥାପି ଏହାର ଶିଖର ବାସ୍ତବରେ ପୃଥିବୀର କେନ୍ଦ୍ରଠୁ ୬,୮୦୦ ଫୁଟ ଦୂର, ଯାହା ପୃଥିବୀରେ ନକ୍ଷତ୍ରମାନଙ୍କର ସବୁଠୁ ନିକଟତମ ବିନ୍ଦୁ । ମାନଚିତ୍ରଣ ଓ ସାରଣୀ କରୁଥିବା ସଂଘୀୟ ଏଜେନ୍ସି ନୋଆର ନ୍ୟାସନାଲ ଜିଓଡେଟିକ୍‌ ସର୍ଭେର ପଦାର୍ଥବିଜ୍ଞାନୀ ଡେରେକ ଭାନ୍‌ ୱେଷ୍ଟ୍ରମ୍‌ କହିଛନ୍ତି, ପୃଥିବୀକୁ ଯଦି ମହାକାଶରେ ଏକ ନୀଳ ବିନ୍ଦୁ ଭାବେ କଳ୍ପନା କରାଯାଏ, ଚିମ୍ବୋରାଜୋ ଶୃଙ୍ଗ ହେଉଛି ସେହି ସ୍ଥାନ ଯେଉଁଠି ଆପଣ ଠିଆ ହୋଇପାରିବେ ଏବଂ ସେହି ବିନ୍ଦୁର କେନ୍ଦ୍ରରୁ ଯେତେ ସମ୍ଭବ ଦୂରରେ ରହିପାରିବେ । ଏହାର କାରଣ ଚିମ୍ବୋରାଜୋର ଅବସ୍ଥାନରେ ରହିଛି, ଯାହା ଭୂମଧ୍ୟରେଖାର ୧.୫ ଡିଗ୍ରୀ ଦକ୍ଷିଣରେ ଅବସ୍ଥିତ । 

ଏହାକୁ ବୁଝାଇ ଭାନ୍‌ ୱେଷ୍ଟ୍ରମ୍‌ କହିଛନ୍ତି, ପୃଥିବୀର ଅଣ୍ଟା ଚତୁପାଶ୍ୱର୍ର ମୋଟେଇ ଟିକିଏ ଅଧିକ । ପଥର ଦ୍ୱାରା ନିର୍ମିତ ପୃଥିବୀ ଗୋଲାକାର। କିନ୍ତୁ ଏହା ଘୂରୁଥିବାରୁ ଭୂମଧ୍ୟରେଖାଠାରେ ଫୁଲିଛି । ପୃଥିବୀର ନିରନ୍ତର ଘୂର୍ଣ୍ଣନ ଦ୍ୱାରା ସୃଷ୍ଟ କେନ୍ଦ୍ର ଅପସାରକ ବଳ ପଥରକୁ ଦଳିଦିଏ । ଏହାର ଲାଭ ଚିମ୍ବୋରାଜୋ ପର୍ବତ ନିଏ ଏବଂ ହିମାଳୟ, ଆଣ୍ଡିଜ୍‌ କିମ୍ବା ଭୂମଧ୍ୟ ରେଖାଠୁ ଅଧିକ ଦୂରରେ ଥିବା ସମୁଦ୍ର ପତ୍ତନଠୁ ଉଚ୍ଚ ପର୍ବତ ତୁଳନାରେ ପୃଥିବୀର କେନ୍ଦ୍ରଠୁ ଦୂରରେ ରହେ । 

ସମୁଦ୍ର ପତ୍ତନଠୁ ମପାଗଲେ, ଚିମ୍ବୋରାଜୋ ଆଣ୍ଡିଜ୍‌ ଶୃଙ୍ଖଳାର ୩୯ତମ ସର୍ବୋଚ୍ଚ ପର୍ବତ । କିନ୍ତୁ ଉନବିଂଶ ଶତାବ୍ଦୀରେ କମ୍‌ ସମୟ ପାଇଁ ଏହା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ରୂପେ ଚର୍ଚ୍ଚା ହୋଇଥିଲା । ଜର୍ମାନ ଭୂବିଜ୍ଞାନୀ ଓ ଅନୁସନ୍ଧାନକାରୀ ଆଲେକ୍‌ଜାଣ୍ଡର ଭୋନ୍‌ ହମ୍‌ବୋଲ୍ଡଟ ୧୮୦୨ ମସିହାରେ ଚିମ୍ବୋରାଜୋ ଆରୋହଣ କରିବା ପରେ ଏହି ଗୁଜବ ଉଠିଥିଲା । ସେ କେବଳ ୧୯,୩୦୦ ଫୁଟ ଉଚ୍ଚକୁ ଚଢ଼ିପାରିଥିଲେ । ଯେଉଁ ଉଚ୍ଚଭୂମିରେ ସେ ଅବତରଣ କରିଥିଲେ, ପରେ ତା’ର ନାମ ଦେଇଥିଲେ ‘ଆଭେନ୍ୟୁ ଅଫ୍‌ ଦ ଭୋଲ୍‌କାନୋଜ୍‌’ ।