ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ, ଲଞ୍ଚିଂ ବେଳେ ୩ୟ ଷ୍ଟେଜରେ ଉପୁଜିଲା ବାଧା
ନୂଆଦିଲ୍ଲୀ ୧୮।୦୫ : ସଫଳ ହେଲାନି ଇସ୍ରୋର ୧୦୧ତମ ମିଶନ । PSLV C-61 ରକେଟ୍ ରେ ତ୍ରୁଟି ଦେଖାଯାଇଛି। ଯାହାଫଳରେ ସଫଳ ହୋଇନାହିଁ ଇସ୍ରୋର ଏହି ମିଶନ । ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ ।ସକାଳ ୫ଟା ୫୯ ମିନିଟ୍ ରେ PSLV C-61 ରକେଟ୍ ଶ୍ରୀହରିକୋଟାରେ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହାର ଉତକ୍ଷେପଣ କରାଯାଇଥିଲା। ରକେଟ୍ର ସେକେଣ୍ଡ ଷ୍ଟେଜ୍ ଇଗନିସନ୍ ଯାଏ ଠିକ୍ ଭାବରେ କାମ କରିଥିଲା, ତେବେ ଥାର୍ଡ ଷ୍ଟେଜ୍ ଇଗ୍ନିସନ୍ ଠିକ ଭାବରେ କାମ କରିନଥିଲା । ଏଥିରେ ତ୍ରୁଟି ଦେଖାଯିବା ଫଳରେ ମିଶନ ସଫଳ ହୋଇ ପାରିନଥିବା ଇସ୍ରୋ ମୁଖ୍ୟ ଡକ୍ଟର ଭି. ନାରାୟଣନ୍ ସୂଚନା ଦେଇଛନ୍ତି । PSLV C-61 ରକେଟ୍ ଜରିଆରେ ମହାକାଶକୁ EOS-09 ସାୟେଲାଇଟ୍ ଉତକ୍ଷେପଣ କରାଯାଇଥିଲା । ଏହା ସୀମା ଉପରେ ଆକାଶରୁ ନଜର ରଖିବା ସହ ଆଣ୍ଟି ଟେରୋରିଷ୍ଟ ଅପରେସନ୍ ରେ ସହାୟତା କରିବା ଲକ୍ଷ୍ୟ ରଖାଯାଇଥିଲା । ଖୁବ ଶୀଘ୍ର ନୂଆ ମିଶନ ନେଇ ଘୋଷଣା କରାଯିବ ବୋଲି ଇସ୍ରୋ ସୂଚନା ଦେଇଛି ।
ନୂଆଦିଲ୍ଲୀ ୧୮।୦୫ : ସଫଳ ହେଲାନି ଇସ୍ରୋର ୧୦୧ତମ ମିଶନ । PSLV C-61 ରକେଟ୍ ରେ ତ୍ରୁଟି ଦେଖାଯାଇଛି। ଯାହାଫଳରେ ସଫଳ ହୋଇନାହିଁ ଇସ୍ରୋର ଏହି ମିଶନ । ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ ।
ସକାଳ ୫ଟା ୫୯ ମିନିଟ୍ ରେ PSLV C-61 ରକେଟ୍ ଶ୍ରୀହରିକୋଟାରେ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଏହାର ଉତକ୍ଷେପଣ କରାଯାଇଥିଲା। ରକେଟ୍ର ସେକେଣ୍ଡ ଷ୍ଟେଜ୍ ଇଗନିସନ୍ ଯାଏ ଠିକ୍ ଭାବରେ କାମ କରିଥିଲା, ତେବେ ଥାର୍ଡ ଷ୍ଟେଜ୍ ଇଗ୍ନିସନ୍ ଠିକ ଭାବରେ କାମ କରିନଥିଲା । ଏଥିରେ ତ୍ରୁଟି ଦେଖାଯିବା ଫଳରେ ମିଶନ ସଫଳ ହୋଇ ପାରିନଥିବା ଇସ୍ରୋ ମୁଖ୍ୟ ଡକ୍ଟର ଭି. ନାରାୟଣନ୍ ସୂଚନା ଦେଇଛନ୍ତି । PSLV C-61 ରକେଟ୍ ଜରିଆରେ ମହାକାଶକୁ EOS-09 ସାୟେଲାଇଟ୍ ଉତକ୍ଷେପଣ କରାଯାଇଥିଲା । ଏହା ସୀମା ଉପରେ ଆକାଶରୁ ନଜର ରଖିବା ସହ ଆଣ୍ଟି ଟେରୋରିଷ୍ଟ ଅପରେସନ୍ ରେ ସହାୟତା କରିବା ଲକ୍ଷ୍ୟ ରଖାଯାଇଥିଲା । ଖୁବ ଶୀଘ୍ର ନୂଆ ମିଶନ ନେଇ ଘୋଷଣା କରାଯିବ ବୋଲି ଇସ୍ରୋ ସୂଚନା ଦେଇଛି ।