ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ ମାର୍କ୍ସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଏହି ଆବେଦନ ଜୁନ ୫ ତାରିଖରେ ଦାଖଲ ହୋଇଥିବା ବେଳେ ଜୁନ ୧୬ରେ ଏହା ଅଫିସିଆଲ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଆବେଦନର ସ୍ଥିତି ‘ଗ୍ରହଣ ଓ ବିଜ୍ଞାପିତ’ ରହିଛି। ଏହି ଟ୍ରେଡମାର୍କ କ୍ରୀଡ଼ା ତାଲିମ, କ୍ରୀଡ଼ା ତାଲିମ ସୁବିଧା, କୋଚିଂ ଓ […] The post ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ appeared first on Dharitri Odia News.

ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ଲୋକପ୍ରିୟ ନାମ ‘କ୍ୟାପଟେନ କୁଲ’କୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି। ଟ୍ରେଡ ମାର୍କ୍ସ ରେଜିଷ୍ଟ୍ରୀ ପୋର୍ଟାଲ ଅନୁସାରେ, ଏହି ଆବେଦନ ଜୁନ ୫ ତାରିଖରେ ଦାଖଲ ହୋଇଥିବା ବେଳେ ଜୁନ ୧୬ରେ ଏହା ଅଫିସିଆଲ ଟ୍ରେଡମାର୍କ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଆବେଦନର ସ୍ଥିତି ‘ଗ୍ରହଣ ଓ ବିଜ୍ଞାପିତ’ ରହିଛି। ଏହି ଟ୍ରେଡମାର୍କ କ୍ରୀଡ଼ା ତାଲିମ, କ୍ରୀଡ଼ା ତାଲିମ ସୁବିଧା, କୋଚିଂ ଓ ସେବା ଶ୍ରେଣୀ ଅଧୀନରେ ନିବନ୍ଧିତ ହେବ।

ଧୋନୀଙ୍କଠାରୁ ଏ ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ମିଳି ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରଭା ସ୍କିଲ ସ୍ପୋର୍ଟସ (ଓପିସି) ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ପୂର୍ବରୁ ଏହି ଲୋକପ୍ରିୟ ନାମ ପାଇଁ ଟ୍ରେଡମାର୍କ ଆବେଦନ କରିଥିଲା, କିନ୍ତୁ ତାହାର ସ୍ଥିତି ‘ସଂଶୋଧନ ଦାଖଲ’ ରହିଛି।

ଚଳିତ ମାସ ଆରମ୍ଭରେ ଧୋନୀଙ୍କୁ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ଓ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ସହ ୨୦୨୫ ପାଇଁ ଆଇସିସି ହଲ୍ ଅଫ ଫେମରେ ସାମିଲ କରାଯାଇଛି। ଆଇସିସି ଧୋନୀଙ୍କୁ ତାଙ୍କର ଶାନ୍ତ ମନୋଭାବ, ଅସାଧାରଣ ନେତୃତ୍ୱ ଓ କ୍ରୀଡ଼ାରେ ଦୀର୍ଘସ୍ଥାୟୀ ଯୋଗଦାନ ପାଇଁ ପ୍ରଶଂସା କରିଛି। ସେ କେବଳ ସଂଖ୍ୟାରେ ନୁହେଁ, ବରଂ ସ୍ଥିରତା, ଫିଟନେସ ଓ କ୍ଷୁରଧାର କୌଶଳ ଦ୍ୱାରା କ୍ରିକେଟ ଜଗତରେ ଏକ ଅମାପ ଛାପ ଛାଡ଼ିଛନ୍ତି।

The post ଏମଏସ ଧୋନୀଙ୍କ ବଡ଼ ନିଷ୍ପତ୍ତି: ‘କ୍ୟାପଟେନ କୁଲ’ ଟ୍ରେଡମାର୍କ ପାଇଁ କଲେ ଆବେଦନ appeared first on Dharitri Odia News.