ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା  ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ […] The post ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ appeared first on Dharitri Odia News.

ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା  ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ ପ୍ରଚଳିତ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା ବି.ଫାର୍ମା, ଏଲ୍‌ଇ-ଟେକ୍‌, ଏଲ୍‌ଇ-ଟେକ୍‌ (ବିଏସ୍‌ସି), ବି କ୍ୟାଟ୍‌, ଏମ୍‌ବିଏ, ଏମ୍‌ସିଏ, ଏଲ୍‌ଇ-ଫାର୍ମା,ଏମ୍‌ ଫାର୍ମା, ଏମ୍‌ ଆର୍ଚ, ଏମ୍‌ ପ୍ଲାନ୍‌, ଏମ୍‌ ଟେକ୍‌ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଚଳିତବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲାର ୫୭ଟି କେନ୍ଦ୍ର ସହିତ ରାଜ୍ୟ ବାହାରେ ୩ଟି ଯଥା କୋଲକାତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ହୋଇଥିଲା।

ଚଳିତବର୍ଷ ୬୫,୭୪୨ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୫୬,୦୪୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୫୬,୦୦୦ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ, ସେମାନଙ୍କୁ ର଼୍ୟାଙ୍କ ମିଳିଛି। ପରୀକ୍ଷାର୍ଥୀମାନେ www.ojee.nic.inରେ ନିଜର ର଼୍ୟାଙ୍କ କାର୍ଡ ପାଇପାରିବେ।

The post ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ appeared first on Dharitri Odia News.