ଓଡ଼ିଶାରେ ୫୦ ବର୍ଷ ଯାଏ ରହିବ ଭାଜପା ସରକାର: ଭବିଷ୍ୟବାଣୀ କଲେ ହିମନ୍ତ
ଭୁବନେଶ୍ୱର, ୨୯ା୩(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଛତିଶଗଡ଼ ବିଧାନସଭାର ବାଚସ୍ପତି ରମଣ ସିଂ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍ନବିସ୍ ଲୋକ ସେବା ଭବନରେ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଓଡ଼ିଶା ବିଧାନସଭା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ମୋହନ ମାଝୀଙ୍କ ସହ ସାକ୍ଷାତ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହିମନ୍ତ କହିଛନ୍ତି, ଭାଜପା ଓଡ଼ିଶାରେ ଯେଉଁଭଳି ଭାବେ […] The post ଓଡ଼ିଶାରେ ୫୦ ବର୍ଷ ଯାଏ ରହିବ ଭାଜପା ସରକାର: ଭବିଷ୍ୟବାଣୀ କଲେ ହିମନ୍ତ appeared first on Dharitri Odia News.
ଭୁବନେଶ୍ୱର, ୨୯ା୩(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଛତିଶଗଡ଼ ବିଧାନସଭାର ବାଚସ୍ପତି ରମଣ ସିଂ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ୍ନବିସ୍ ଲୋକ ସେବା ଭବନରେ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ଓଡ଼ିଶା ବିଧାନସଭା ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ମୋହନ ମାଝୀଙ୍କ ସହ ସାକ୍ଷାତ କରିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହିମନ୍ତ କହିଛନ୍ତି, ଭାଜପା ଓଡ଼ିଶାରେ ଯେଉଁଭଳି ଭାବେ କାମ କରୁଛି, ଏଠାରେ ୫୦ ବର୍ଷ ଯାଏଁ ଭାଜପା ସରକାର ରହିବ। ଆଉ କାହାକୁ ସୁଯୋଗ ମିଳିବନାହିଁ। ଲୋକମାନେ ମଧ୍ୟ ଆଉ କାହା କଥା ଭାବିବେନାହିଁ ବୋଲି ସେ କହିଛନ୍ତି। ଛତିଶଗଡ଼ ବାଚସ୍ପତି ରମଣ ସିଂ ବିଧାନସଭାଠାରେ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି।
The post ଓଡ଼ିଶାରେ ୫୦ ବର୍ଷ ଯାଏ ରହିବ ଭାଜପା ସରକାର: ଭବିଷ୍ୟବାଣୀ କଲେ ହିମନ୍ତ appeared first on Dharitri Odia News.