ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା
ଚାନ୍ଦବାଲି,୨୫।୫ (କିଷାନ ପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହେଉଛି। ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଭାଜପାର ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କ ପ୍ରଚାରରେ ନେତା ଓ ଅଭିନେତା ସାମିଲ ହୋଇଥିଲେ। ଖେରଙ୍ଗ ବଜାରଠାରେ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରାରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତା ତଥା ଦଳୀୟ ନେତା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମନମୋହନଙ୍କ ପାଇଁ ପ୍ରଚାର କରିଛନ୍ତି। ଖୋଲା ଜିପ୍ରେ […] The post ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା appeared first on Dharitri Odia News.
ଚାନ୍ଦବାଲି,୨୫।୫ (କିଷାନ ପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହେଉଛି। ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଭାଜପାର ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କ ପ୍ରଚାରରେ ନେତା ଓ ଅଭିନେତା ସାମିଲ ହୋଇଥିଲେ। ଖେରଙ୍ଗ ବଜାରଠାରେ ଆୟୋଜିତ ବିଶାଳ ବାଇକ୍ ଶୋଭାଯାତ୍ରାରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତା ତଥା ଦଳୀୟ ନେତା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମନମୋହନଙ୍କ ପାଇଁ ପ୍ରଚାର କରିଛନ୍ତି।
ଖୋଲା ଜିପ୍ରେ ଖେରଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରୁ ବାହାରି ଖେରଙ୍ଗ, ଘଟପୁର ଓ ମାଧପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ସିଦ୍ଧାନ୍ତଙ୍କୁ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମିଥିବା ବେଳେ କିଛି ଜାଗାରେ ଲୋକେ ଗାଡ଼ି ଅଟକାଇ ସେଲ୍ଫି ମଧ୍ୟ ନେଇଥିଲେ। ଏଥର ଓଡ଼ିଶାରେ ସାଧାରଣ ଲୋକ ନିର୍ବାଚନ ଲଢ଼ୁଛନ୍ତି।
ଓଡ଼ିଶାର ଲୋକ ସ୍ବାଭିମାନୀ। ଏଥର ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିକାଶର ଗାଡ଼ିକୁ ଓଡ଼ିଶାରେ ଦ୍ରୁତଗତିରେ ଆଗେଇ ନେବେ ବୋଲି ସମୀର କହିଥିଲେ। ଭାଜପାର ଭଦ୍ରକ ଲୋକ ସଭା ପ୍ରଚାର କମିଟି ଅଧ୍ୟକ୍ଷ ଅଜୟ କୁମାର ନାୟକ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଉପେନ୍ଦ୍ର ରାଉଳ, ପ୍ରଭାସ ଶୁଭଦର୍ଶନ ମହାନ୍ତି, ପ୍ରଶାନ୍ତ ମାଝୀ, ମୀନକେତନ ବିଶ୍ୱାଳ, ରବୀନ୍ଦ୍ର ଦାସ, ପ୍ରତାପ ରାୟ, ବିଜୟ ପାଢ଼ୀ, ସ୍ମୃତିରଞ୍ଜନ ନାୟକ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।
The post ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା appeared first on Dharitri Odia News.