ପ୍ରଥମଥର ପାଇଁ ଏହି ମଧ୍ୟ-ପୂର୍ବ ଦେଶ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୧।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ଏପରି କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ-ପୂର୍ବ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହା ପରେ ସେ ସିଙ୍ଗାପୁର ଯିବେ। ଏହା ପ୍ରଥମ ଥର ହେବ ଯେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ବ୍ରୁନେଇ ଗସ୍ତ କରିବେ। ଏହାପୂର୍ବରୁ ମନମୋହନ ସିଂ ଏକ ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରୁନେଇ ଯାଇଥିଲେ। ଆସନ୍ତା ସପ୍ତାହରେ […] The post ପ୍ରଥମଥର ପାଇଁ ଏହି ମଧ୍ୟ-ପୂର୍ବ ଦେଶ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୩୧।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ଏପରି କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ-ପୂର୍ବ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହା ପରେ ସେ ସିଙ୍ଗାପୁର ଯିବେ। ଏହା ପ୍ରଥମ ଥର ହେବ ଯେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଗସ୍ତ ପାଇଁ ବ୍ରୁନେଇ ଗସ୍ତ କରିବେ। ଏହାପୂର୍ବରୁ ମନମୋହନ ସିଂ ଏକ ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରୁନେଇ ଯାଇଥିଲେ।
ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଗସ୍ତ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୟସୱାଲ ଶୁକ୍ରବାର ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୩-୪ରେ ମହାରାଜା ସୁଲତାନ ହାସନଲ ବୋଲକିଆଙ୍କ ନିମନ୍ତ୍ରଣ କ୍ରମେ ବ୍ରୁନେଇ ଗସ୍ତ କରିବେ। ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବ୍ରୁନେଇକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ। ଭାରତ ଏବଂ ବ୍ରୁନେଇ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବାର ୪୦ତମ ବର୍ଷ ପୂରଣ ଅବସରରେ ଏହି ଗସ୍ତ ଅନୁଷ୍ଠିତ ହେଉଛି। ଏହା ପରେ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ନିମନ୍ତ୍ରଣ କ୍ରମେ ୪ ଏବଂ ୫ ସେପ୍ଟେମ୍ବରରେ ବ୍ରୁନେଇରୁ ସିଙ୍ଗାପୁର ଗସ୍ତ କରିବେ ବୋଲି ସେ କହିଛନ୍ତି।
The post ପ୍ରଥମଥର ପାଇଁ ଏହି ମଧ୍ୟ-ପୂର୍ବ ଦେଶ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ appeared first on Dharitri Odia News.