ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍ଲୀ,୧୦।୬: ଭାରତ ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY), ଯାହା ବହୁତ କମ ପ୍ରିମିୟମ ରେ ଦୁର୍ଘଟଣା ବୀମା କଭରେଜ ପ୍ରଦାନ କରୁଛି। ଏହି ଯୋଜନା ବିଶେଷକରି ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେଉଛି। ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା ଏବଂ ଏହାର ଲାଭ ମଧ୍ୟ ଦେଖିବା। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା […] The post ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ… appeared first on Dharitri Odia News.

ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍ଲୀ,୧୦।୬: ଭାରତ ସରକାର ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ଅନେକ ଯୋଜନା ଚଳାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY), ଯାହା ବହୁତ କମ ପ୍ରିମିୟମ ରେ ଦୁର୍ଘଟଣା ବୀମା କଭରେଜ ପ୍ରଦାନ କରୁଛି। ଏହି ଯୋଜନା ବିଶେଷକରି ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେଉଛି। ଆସନ୍ତୁ ଏହି ଯୋଜନା ବିଷୟରେ ଜାଣିବା ଏବଂ ଏହାର ଲାଭ ମଧ୍ୟ ଦେଖିବା।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କ’ଣ?
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ, କେବଳ ୨୦ଟଙ୍କା ବାର୍ଷିକ ପ୍ରିମିୟମ ଦେଇ ୨ ଲକ୍ଷ ପର୍ଯ୍ୟନ୍ତ ବୀମା କଭରେଜ ମିଳୁଛି। ଏହି ଯୋଜନା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଏଥିପାଇଁ, ଆପଣଙ୍କର ବୟସ ୧୮ ରୁ ୭୦ ବର୍ଷ ମଧ୍ୟରେ ହେବା ଉଚିତ। ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ।

ବୀମାରେ କ’ଣ କଭର କରାଯାଇଛି?
-ଦୁର୍ଘଟଣାରେ ବୀମାଧାରୀଙ୍କ ମୃତ୍ୟୁ ହେଲେ ନୋମିନିଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ।
– ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଏ।
-ସେହିଭଳି ଯଦି ବୀମାକୃତ ବ୍ୟକ୍ତି ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ କ୍ଷତିପୂରଣ ମିଳିଥାଏ।

କିପରି ଆବେଦନ କରିବେ?
ଏହି ଯୋଜନା ଅଧୀନରେ ବୀମା ପାଇବା ପାଇଁ, ଆପଣ ଆପଣଙ୍କର ବ୍ୟାଙ୍କ ଶାଖା କିମ୍ବା ନିକଟତମ ସାଧାରଣ ସେବା କେନ୍ଦ୍ର (CSC)କୁ ଯାଇ ଆବେଦନ କରିପାରିବେ। ଆପଣ ଆବେଦନ କରିବା ପରେ, ପ୍ରତିବର୍ଷ ବୀମା ପ୍ରିମିୟମର ପରିମାଣ ବ୍ୟାଙ୍କ ଆକାଉଣ୍ଟରୁ ସ୍ବତଃପ୍ରବୃତ ଭାବରେ କାଟି ଦିଆଯାଏ। ବୀମା ଅବଧି ୧ ଜୁନ ରୁ ୩୧ ମଇ ପର୍ଯ୍ୟନ୍ତ ଏବଂ ଏହାକୁ ପ୍ରତିବର୍ଷ ନବୀକରଣ କରିବାକୁ ପଡିଥାଏ।

ଏହି ଯୋଜନା କାହିଁକି ସ୍ବତନ୍ତ୍ର?
ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହଙ୍ଗା ପ୍ରିମିୟମ ଦେଇପାରୁନଥିବା ଲୋକମାନଙ୍କୁ ବୀମା ସୁରକ୍ଷା ପ୍ରଦାନ କରିବା। ମାତ୍ର ୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର କଭର ମିଳୁଥିବା ଯୋଗୁ ଏହାକୁ ଦେଶର ସବୁଠାରୁ ସୁଲଭ ବୀମା ଯୋଜନା ମଧ୍ୟରୁ ଗୋଟିଏ ବୋଲି କୁହାଯାଏ।

୨୦ ଟଙ୍କାରେ ଭବିଷ୍ୟତ ସୁରକ୍ଷିତ:
ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ନାହାନ୍ତି ତେବେ ଯଥାଶୀଘ୍ର ନିକଟତମ ବ୍ୟାଙ୍କ କିମ୍ବା CSC କେନ୍ଦ୍ରକୁ ଯାଇ ଏହି ଯୋଜନାରେ ଯୋଗଦାନ କରିପାରିବେ। ମାତ୍ର ୨୦ ଟଙ୍କାରେ ଆପଣଙ୍କର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ।

The post ମାତ୍ର ୨୦ ଟଙ୍କାରେ ୨ ଲକ୍ଷର ବୀମା, ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ… appeared first on Dharitri Odia News.