ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ କାରବାରରେ ମୋଟ ୫୫୧କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ ହୋଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ବ୍ୟାଙ୍କ ମୋଟ ୧୪୭.୦୯% ଅଭିବୃଦ୍ଧି ହାର ହାସଲ କରିପାରିଛି। ସେହିଭଳି ବ୍ୟାଙ୍କର ମୋଟ୍‌ ବ୍ୟବସାୟ […] The post ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ appeared first on Dharitri Odia News.

ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ୟୁକୋ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜୁନ୍‌ ଶେଷ ସୁଦ୍ଧା ହୋଇଥିବା ବ୍ୟାଙ୍କର ପ୍ରଥମ ତ୍ରୈମାସିକ କାରବାରରେ ମୋଟ ୫୫୧କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ ହୋଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ବ୍ୟାଙ୍କ ମୋଟ ୧୪୭.୦୯% ଅଭିବୃଦ୍ଧି ହାର ହାସଲ କରିପାରିଛି। ସେହିଭଳି ବ୍ୟାଙ୍କର ମୋଟ୍‌ ବ୍ୟବସାୟ ୧୧.୪୬% ଅଭିବୃଦ୍ଧି ହାରରେ ୪,୬୧,୪୦୮କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ମୋଟ୍‌ ଜମା ପରିମାଣ ୭.୩୯% ବୃଦ୍ଧି ପାଇ ୨,୬୮,୧୫୫ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ସଞ୍ଚୟ ଜମା(ଘରୋଇ)ରେ ମୋଟ ୫.୪୭% ଅଭିବୃଦ୍ଧି ହାର ସହ ୮୬,୨୯୦ କୋଟିରେ ପହଞ୍ଚିଥିବାବେଳେ ଚଳନ୍ତି ଜମା(ଘରୋଇ)ରେ ମୋଟ ୨୨.୭୯% ଅଭିବୃଦ୍ଧି ହାରରେ ୧୨,୦୭୪ କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ସମୁଦାୟ ଅଗ୍ରିମ ଜୁନ୍‌ ଶେଷ ସୁଦ୍ଧା ୧୭.୬୪% ଅଭିବୃଦ୍ଧି ହାର ସହ ୧,୯୩,୨୫୩ କୋଟି ଟଙ୍କାରେ ପହଞ୍ଚତ୍ ପାରିଛି। ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ ପରିମାଣ ୩.୩୨%କୁ ହ୍ରାସ ପାଇଥିବା ବେଳେ ବ୍ୟାଙ୍କର ନେଟ୍‌ ଏନ୍‌ପିଏ ପରିମାଣ ୦.୭୮% କୁ ହ୍ରାସ ପାଇଛି। ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ୯.୮୧% ଅଭିବୃଦ୍ଧି ହାରରେ ୧୩୨୧କୋଟି ଟଙ୍କାରେ ପହଞ୍ଚତ୍ପାରିଛି। ବ୍ୟାଙ୍କର ମୋଟ୍‌ ସୁଧ ଆୟ ପୂର୍ବ ବର୍ଷଠାରୁ ୧୨.୨୦% ଅଭିବୃଦ୍ଧି ହାର ସହ ୨୨୫୪ କୋଟିରେ ପହଞ୍ଚତ୍ଛି।

The post ୟୁକୋ ବ୍ୟାଙ୍କର ତ୍ରୈମାସିକ ଫଳାଫଳ appeared first on Dharitri Odia News.