ICMR ଅନୁସାରେ ଗୋଟିଏ ସପ୍ତାହରେ କେତେ ଓଜନ କମ୍ କରିବା ଉଚିତ ?
ଆଜିକାଲି ଦେଶରେ ମୋଟାପଣ ଏକ ମହାମାରୀ ରୂପେ ଉଭା ହୋଇଛି । ମୋଟାପଣରେ ପୀଡିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଜନ ବଢିବା ହେତୁ ଲୋକମାନେ ଡାଇବେଟିସ୍, ଥାଇରଏଡ୍, ହାଇ ବିପି, ହାର୍ଟ ଆଟାକ ଭଳି ଗୁରୁତର ରୋଗର ଶିକାର ହେଉଛନ୍ତି । ଓଜନ ବଢିବା ହେତୁ ଲୋକଙ୍କ ଆତ୍ମବିଶ୍ୱାସ ମଧ୍ୟ କମ୍ ହେବାକୁ ଲାଗେ । ଏପରି ପରିସ୍ଥିତିରେ ଲୋକମାନେ ଓଜନ କମ୍ କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । […] The post ICMR ଅନୁସାରେ ଗୋଟିଏ ସପ୍ତାହରେ କେତେ ଓଜନ କମ୍ କରିବା ଉଚିତ ? appeared first on KNews Odisha.

ଆଜିକାଲି ଦେଶରେ ମୋଟାପଣ ଏକ ମହାମାରୀ ରୂପେ ଉଭା ହୋଇଛି । ମୋଟାପଣରେ ପୀଡିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଜନ ବଢିବା ହେତୁ ଲୋକମାନେ ଡାଇବେଟିସ୍, ଥାଇରଏଡ୍, ହାଇ ବିପି, ହାର୍ଟ ଆଟାକ ଭଳି ଗୁରୁତର ରୋଗର ଶିକାର ହେଉଛନ୍ତି । ଓଜନ ବଢିବା ହେତୁ ଲୋକଙ୍କ ଆତ୍ମବିଶ୍ୱାସ ମଧ୍ୟ କମ୍ ହେବାକୁ ଲାଗେ । ଏପରି ପରିସ୍ଥିତିରେ ଲୋକମାନେ ଓଜନ କମ୍ କରିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ଆଜିକାଲି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଭୁଲ ପଦ୍ଧତି ମଧ୍ୟ ଗ୍ରହଣ କରୁଛନ୍ତି । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅର୍ଥାତ ICMR ଓଜନ କମ୍ କରିବା ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛି ।
ICMR କହିଛି ଯେ ଲୋକମାନେ ନିରାପଦରେ ଓଜନ କମ କରିବା ଉଚିତ । ଶୀଘ୍ର ଓଜନ କମ୍ କରିବାକୁ ଔଷଧ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ । ଏହା ସହ ICMR କହିଛି ଯେ ଥରେ ଅଧିକ ଓଜନ କମ୍ କରିବା ଆପଣଙ୍କ ଓଜନ କମ୍ କରିପାରେ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ତେବେ ICMR ରିସର୍ଚ୍ଚ ମଧ୍ୟ କହିଛି ଯେ ଗୋଟିଏ ସପ୍ତାହରେ କେତେ ଓଜନ କମ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ । ଏହା ବ୍ୟତୀତ କିଛି ହେଲଦି ଖାଦ୍ୟ ଏବଂ ଲାଇଫ୍ ଷ୍ଟାଇଲ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।
ଗୋଟିଏ ସପ୍ତାହରେ ଅଧା କିଲୋଗ୍ରାମ ଓଜନ କାମ କରିବା ନିରାପଦ ହୋଇଥାଏ :
ICMR ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକମାନେ ସପ୍ତାହରେ ଓଜନକୁ ଅଧା କିଲୋଗ୍ରାମ କମ୍ କରିବା ଉଚିତ୍ । ଏହାଠାରୁ ଅଧିକ ଓଜନ କମ୍ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ସେଥିପାଇଁ ଗୋଟିଏ ସପ୍ତାହରେ ଅଧା ଗ୍ରାମ ଓଜନ କମ୍ କରିବା ଆପଣଙ୍କ ପାଇଁ ନିରାପଦ ହୋଇଥାଏ । ତେଣୁ ଯଦି ଆପଣ ଓଜନ କମ୍ କରିବାକୁ ଏକ ଡାଏଟ୍ କରୁଛନ୍ତି, ତେବେ ସମ୍ପୂର୍ଣ୍ଣ ଖାଇବା ବନ୍ଦ କରନ୍ତୁ ନାହିଁ । ଏହା ସହ ଶୀଘ୍ର ଓଜନ କମ୍ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
ଖାଦ୍ୟରେ ୧୦୦୦ କ୍ୟାଲୋରି ଅନ୍ତର୍ଭୁକ୍ତ କରିପାରିବେ :
ICMR ପରାମର୍ଶ ଦେଇଛି ଯେ ଯଦି ଆପଣ ଅଧିକ ଓଜନିଆ, ତଥାପି ଆପଣ ନିଜ ଖାଦ୍ୟରେ ୧୦୦୦ କ୍ୟାଲୋରି ନେଇପାରିବେ । ଆପଣଙ୍କ ଶରୀର ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ପାଇବା ଉଚିତ୍ । ଆପଣଙ୍କ ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଆପଣ ଦୁର୍ବଳ ଅନୁଭବ କରିବେ ନାହିଁ ଏବଂ ଆପଣ ଏକ ସୁସ୍ଥ ଭାବେ ଓଜନ କମ୍ କରିପାରିବେ । ଏହାର ଅର୍ଥ ହେଉଛି ଓଜନ କମ୍ ପାଇଁ ସନ୍ତୁଳିତ ଖାଦ୍ୟ ହେଉଛି ଏକମାତ୍ର ସୁରକ୍ଷିତ ବିକଳ୍ପ ।
ସଠିକ୍ ଡାଏଟ୍ କରନ୍ତୁ :
ICMR ଲୋକଙ୍କୁ ସବୁଜ ପନିପରିବା, ଡାଲି ଏବଂ ଫଳଗୁଡ଼ିକୁ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛି । ଏଥି ସହିତ ଯୋଗ ଏବଂ ଏକ୍ସରସାଇଜ୍ କରିବାକୁ ପରାମର୍ଶ ଦିଆଯାଇଛି । ଯାହା ଫଳରେ ଆପଣ ନିଜ ଓଜନ କମ୍ କରିପାରିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବ ନାହିଁ ।
The post ICMR ଅନୁସାରେ ଗୋଟିଏ ସପ୍ତାହରେ କେତେ ଓଜନ କମ୍ କରିବା ଉଚିତ ? appeared first on KNews Odisha.