ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ

ନୂଆଦିଲ୍ଲୀ,୧୮ା୧: ୟୁଏଇରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଡିପି ଓ୍ବାଲର୍‌ଡ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ (ଆଇଏଲ୍‌ ଟି୨୦) କ୍ରିକେଟରେ ଭାଗ ନେଉଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ବାର୍ନର ଓ ନ୍ୟୁଜିଲାଣ୍ଡର ଦ୍ରୁତ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ । ଲିଗ୍‌ରେ ମୋଟ ୩୪ଟି ଗେମ୍‌ ଖେଳାଯିବ । ଫାଇନାଲ ମ୍ୟାଚ ଫେବୃୟାରୀ ୧୭ରେ ଦୁବାଇରେ ଖେଳାଯିବ । ଲିଗ୍‌ର ୧୫ଟି ମ୍ୟାଚ୍‌ ଦୁବାଇରେ ହେବ। ସେହିପରି ଆବୁଧାବିରେ ୧୧ଟି ମ୍ୟାଚ୍‌ ଖେଳାଯିବାକୁ […] The post ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ appeared first on Dharitri Odia News.

ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ

ନୂଆଦିଲ୍ଲୀ,୧୮ା୧: ୟୁଏଇରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁଥିବା ଡିପି ଓ୍ବାଲର୍‌ଡ ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦ (ଆଇଏଲ୍‌ ଟି୨୦) କ୍ରିକେଟରେ ଭାଗ ନେଉଥିବା ଷ୍ଟାର ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ଓ୍ବାର୍ନର ଓ ନ୍ୟୁଜିଲାଣ୍ଡର ଦ୍ରୁତ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ।

ଲିଗ୍‌ରେ ମୋଟ ୩୪ଟି ଗେମ୍‌ ଖେଳାଯିବ । ଫାଇନାଲ ମ୍ୟାଚ ଫେବୃୟାରୀ ୧୭ରେ ଦୁବାଇରେ ଖେଳାଯିବ । ଲିଗ୍‌ର ୧୫ଟି ମ୍ୟାଚ୍‌ ଦୁବାଇରେ ହେବ। ସେହିପରି ଆବୁଧାବିରେ ୧୧ଟି ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ଶାରଜାଠାରେ ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ପୂର୍ବତନ ଭାରତ ବ୍ୟାଟର ଅମ୍ବାତି ରାୟୁଡୁ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବେ। ସେ ମୁମ୍ବାଇ ଇଣ୍ଡିଆନ୍ସ ଏମିରେଟ୍ସ ପକ୍ଷରୁ ଖେଳିବେ। ଏମ୍‌ଆଇ ଏମିରେଟ୍ସ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଆଇଏଲ୍‌ ଟି୨୦ରେ ଭାଗ ନେଉଥିବା ଅନ୍ୟ ଦଳଗୁଡ଼ିକ ହେଲେ ଆବୁଧାବି ନାଇଟ ରାଇଡର୍ସ (କୋଲକାତା ନାଇଟ ରାଇଡର୍ସ), ଡେଜର୍ଟ ଭାଇପର୍ସ (ଲାନ୍ସର କ୍ୟାପିଟାଲ୍‌), ଦୁବାଇ କ୍ୟାପିଟାଲ୍ସ (ଜିଏମ୍‌ଆର), ଗଲ୍ଫ ଜାଏଣ୍ଟ୍ସ (ଆଦାନୀ ସ୍ପୋଟର୍‌ସ ଲାଇନ୍‌) ଓ ଶାରଜା ଓ୍ବାରିଅର୍ସ (କାପ୍ରି ଗ୍ଲୋବାଲ।

ଓ୍ବାର୍ନର ଓ ବୋଲ୍ଟଙ୍କ ବ୍ୟତୀତ ଭାଗ ନେଉଥିବା ଅନ୍ୟ ନାମୀ ଖେଳାଳିମାନଙ୍କ ମଧ୍ୟରେ ଅଛନ୍ତି ସୁନୀଲ ନାରିନ, ଆନ୍ଦ୍ରେ ରସେଲ, କୋରେ ଆଣ୍ଡରସନ, ଡ୍ବେନ ବ୍ରାଭୋ, ଦାସୁନ ଶନକା, ହରମାନୁଲ୍ଲା ଗୁର୍ବାଜ, ସାମ୍‌ ବିଲିଙ୍ଗ୍ସ, ଡେଭିଡ ଓ୍ବିଲି, ଆଲେକ୍ସ ହେଲ୍ସ, ଟମ୍‌ କୁରାନ, ରୋଭମାନ ପାଓ୍ବେଲ, ଶବରନ ହେଟମେର, ଜେମ୍ସ ଭିନ୍ସ, କ୍ରିସ୍‌ ଓକ୍ସ ଓ ମାର୍ଟିନ ଗୁପ୍‌ଟିଲ। ନିକଟରେ ଅବସର ନେଇଥିବା ଓ୍ବାର୍ନର ଦୁବାଇ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିବେ। ଓ୍ବାର୍ନର ଏବଂ ଭାରତର ପୂର୍ବତନ ସ୍ପିନର ହରଭଜନ ସିଂ ଇଭେଣ୍ଟର ଅଫିସିଆଲ ଆମ୍ବାସାଡର ରହିଛନ୍ତି।

The post ଓ୍ବାର୍ନର ହେଲେ ଦୁବାଇ କ୍ୟାପିଟାଲ୍ସ ଅଧିନାୟକ appeared first on Dharitri Odia News.