ମାଟ୍ରିକ ପରୀକ୍ଷା ବେଳେ ସ୍କ୍ବାର୍ଡଙ୍କୁ ଦେଖି ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ

ହାଟଡିହୀ,୨୬l୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚେତାଶୂନ୍ୟ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ହେଲେ ମନୀଷା ଜେନା। ମନୀଷା ବଞ୍ଚୋବରାହୀ ହାଇସ୍କୁଲର ଛାତ୍ରୀ। ସୋମବାର ଗଣିତ ବିଷୟର ପରୀକ୍ଷା ହେଉଥିଲା l ପରୀକ୍ଷା କେନ୍ଦ୍ରର ସୁପେରିଣ୍ଟେଣ୍ଡେଣ୍ଟ ଶିଶିର କୁମାର କରଙ୍କ ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ପରୀକ୍ଷା ଦେଉଥିବା ବେଳେ ପ୍ରଥମେ ଶାରୀରିକ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି […] The post ମାଟ୍ରିକ ପରୀକ୍ଷା ବେଳେ ସ୍କ୍ବାର୍ଡଙ୍କୁ ଦେଖି ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ appeared first on Dharitri Odia News.

ମାଟ୍ରିକ ପରୀକ୍ଷା ବେଳେ ସ୍କ୍ବାର୍ଡଙ୍କୁ ଦେଖି ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ

ହାଟଡିହୀ,୨୬l୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଚେତାଶୂନ୍ୟ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ହେଲେ ମନୀଷା ଜେନା। ମନୀଷା ବଞ୍ଚୋବରାହୀ ହାଇସ୍କୁଲର ଛାତ୍ରୀ।

ସୋମବାର ଗଣିତ ବିଷୟର ପରୀକ୍ଷା ହେଉଥିଲା l ପରୀକ୍ଷା କେନ୍ଦ୍ରର ସୁପେରିଣ୍ଟେଣ୍ଡେଣ୍ଟ ଶିଶିର କୁମାର କରଙ୍କ ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ପରୀକ୍ଷା ଦେଉଥିବା ବେଳେ ପ୍ରଥମେ ଶାରୀରିକ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଛାତ୍ରୀଙ୍କୁ ତାଙ୍କ ବାପାଙ୍କ ସହ ମେଡିକାଲ ପଠାଯାଇଥିଲା।

ବଞ୍ଚୋବରାହୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଆଲମଣି ସେଠି କହିଛନ୍ତି, ଛାତ୍ରୀ ଜଣକ କେବଳ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଲେଖିଛନ୍ତି l ପରେ ଅସୁସ୍ଥ ହେବାରୁ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ଲେଖି ପାରିଲେ ନାହାନ୍ତି। ଉକ୍ତ ପରୀକ୍ଷା କେନ୍ଦ୍ରରେ ଏଆଇ କ୍ୟାମେରା ଲାଗିଥିବା ବେଳେ ସ୍କ୍ବାର୍ଡ ଆସିଯିବାରୁ ଛାତ୍ରୀ ଜଣକ ଭୟଭୀତ ହୋଇ ଅସୁସ୍ଥ ହୋଇ ପଡିଥିବା ପ୍ରଧାନ ଶିକ୍ଷୟିତ୍ରୀ ସେଠି କହିଛନ୍ତି।

The post ମାଟ୍ରିକ ପରୀକ୍ଷା ବେଳେ ସ୍କ୍ବାର୍ଡଙ୍କୁ ଦେଖି ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ appeared first on Dharitri Odia News.