ଛତିଶଗଡ଼ : ବିଷାକ୍ତ ଗ୍ୟାସ୍ ନେଲା ୫ ଜୀବନ, କୂଅ ସଫା ବେଳେ ଅଘଟଣ
ବିଷାକ୍ତ ଗ୍ୟାସ୍ ନେଲା ୫ ଜୀବନ । ଛତିଶଗଡ଼ ଜାନଜଗିର-ଚମ୍ପା ଜିଲ୍ଲାରେ ଘଟିଛି ଅଘଟଣ । ବିଷାକ୍ତ ଗ୍ୟାସ ଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ବନ୍ଦ ଥିବା ଏକ କୂଅ ସଫା କରିବାକୁ ଯାଇଥିଲେ । କୂଅ ସଫା କରିବା ବେଳେ ପ୍ରଥମେ ଜଣେ ବ୍ୟକ୍ତି ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୪ ଜଣ କୂଅକୁ ଓହ୍ଲାଇଥିଲେ । ବିଷାକ୍ତ ଗ୍ୟାସ୍ ଯୋଗୁ ୫ […] The post ଛତିଶଗଡ଼ : ବିଷାକ୍ତ ଗ୍ୟାସ୍ ନେଲା ୫ ଜୀବନ, କୂଅ ସଫା ବେଳେ ଅଘଟଣ appeared first on KNews Odisha.

ବିଷାକ୍ତ ଗ୍ୟାସ୍ ନେଲା ୫ ଜୀବନ । ଛତିଶଗଡ଼ ଜାନଜଗିର-ଚମ୍ପା ଜିଲ୍ଲାରେ ଘଟିଛି ଅଘଟଣ । ବିଷାକ୍ତ ଗ୍ୟାସ ଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ବନ୍ଦ ଥିବା ଏକ କୂଅ ସଫା କରିବାକୁ ଯାଇଥିଲେ । କୂଅ ସଫା କରିବା ବେଳେ ପ୍ରଥମେ ଜଣେ ବ୍ୟକ୍ତି ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୪ ଜଣ କୂଅକୁ ଓହ୍ଲାଇଥିଲେ ।
ବିଷାକ୍ତ ଗ୍ୟାସ୍ ଯୋଗୁ ୫ ଜଣଙ୍କୁ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ । ବିରା ପୋଲିସ ଷ୍ଟେସନ ଅଞ୍ଚଳର କିକିରଡା ଗାଁର ଏକ ପୁରୁଣା କୂଅ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ଦୀର୍ଘ ସମୟ ଧରି ବନ୍ଦ ଥିବାରୁ ଏହା ବିଷାକ୍ତ ଗ୍ୟାସରେ ପରିପୂର୍ଣ୍ଣ ହୋଇଥିଲା । ଘଟଣାସ୍ଥଳରେ ତହସିଲଦାର ଓ ଏସପି ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର ପାଇଁ SDRF ଟିମର ଉଦ୍ୟମ ଜାରି ରହିଛି ।
The post ଛତିଶଗଡ଼ : ବିଷାକ୍ତ ଗ୍ୟାସ୍ ନେଲା ୫ ଜୀବନ, କୂଅ ସଫା ବେଳେ ଅଘଟଣ appeared first on KNews Odisha.