ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ, ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ
କଟକ : କଟକ ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ରାତି ୧ଟାରୁ ୨ଟା ଭିତରେ ପହଞ୍ଚିଛି । ସଜାଗ ରହିଛନ୍ତି ମୁଣ୍ଡଳି ଓ ନରାଜ ବ୍ୟାରେଜ୍ ସ୍ଥିତ ବନ୍ୟାଜଳ ନିୟନ୍ତ୍ରଣ କକ୍ଷ । ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ନରାଜ ଦେଇ ୬୪ ହଜାର ୧୫୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବିପଦ ସଙ୍କେତ ତଳେ […] The post ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ, ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ appeared first on KNews Odisha.

କଟକ : କଟକ ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ବନ୍ୟାଜଳ ରାତି ୧ଟାରୁ ୨ଟା ଭିତରେ ପହଞ୍ଚିଛି । ସଜାଗ ରହିଛନ୍ତି ମୁଣ୍ଡଳି ଓ ନରାଜ ବ୍ୟାରେଜ୍ ସ୍ଥିତ ବନ୍ୟାଜଳ ନିୟନ୍ତ୍ରଣ କକ୍ଷ । ସକାଳ ୬ଟା ସୁଦ୍ଧା ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ନରାଜ ଦେଇ ୬୪ ହଜାର ୧୫୯ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରଭାବିତ ହେଉଛି । ବନ୍ୟାଜଳ ମୁଣ୍ଡଳୀ ଦେଇ ନରାଜ ପହଞ୍ଚିବା ପରେ, କାଠଯୋଡ଼ି ନଦୀ ଏବଂ ମହାନଦୀକୁ ବିଭାଜନ କରାଯିବ ବଢିପାଣି । ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବର୍ତ୍ତମାନ ଜଲଭଣ୍ଡାରର ଜଳସ୍ତର ୬୧୪ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୦୪ ହଜ଼ାର ୧୦୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୫ହଜାର ୩୨୬ କ୍ୟୁସେକ ଜଳ ।
ଅନ୍ୟପଟେ ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଅବବାହିକାର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପୂର୍ବ ସତର୍କତା ସ୍ୱରୂପ ମହାନଦୀ ଭିତରକୁ ଲୋକ ପ୍ରବେଶ ନ କରିବା ସହ ଗୋରୁଗାଈ ଆଦି ଗୃହପାଳିତ ପଶୁଙ୍କୁ ଛାଡ଼ିବା ଉପରେ ବାରଣ କରାଯାଇଛି ।
The post ମୁଣ୍ଡଳିରେ ପହଞ୍ଚିଛି ପ୍ରଥମ ବନ୍ୟାଜଳ, ୧ ଲକ୍ଷ ୬୦ ହଜାର ୯୨୮ କ୍ୟୁସେକ୍ ଜଳ ପ୍ରବାହିତ appeared first on KNews Odisha.