ଘର ପିଣ୍ଢାରେ ବସିଥିବା ବେଳେ ଚଢିଗଲା ଦ୍ରୁତଗାମୀ କାର୍, ମା’ ଓ ଝିଅ ମୃତ, ୫ ଗୁରୁତର

ଉତ୍ତରପ୍ରଦେଶ ଗୋରଖପୁରରେ ଦ୍ରୁତ କାର୍ ଘର ସାମ୍ନାରେ ବସିଥିବା ମହିଳା ଏବଂ ପିଲାଙ୍କ ଉପରେ କାର୍ ମାଡ଼ିଯାଇଛି । ଫଳରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାର ଏବଂ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଛନ୍ତି । ଖବର ମୁତାବକ, ଗୋରଖପୁର ଗୁଲରିହା ଥାନାର ସରହରି ଛକ ନିକଟ ଭଗବାନପୁରରେ ଘର ଆଗରେ ମହିଳା ଜଣକ ନିଜ […] The post ଘର ପିଣ୍ଢାରେ ବସିଥିବା ବେଳେ ଚଢିଗଲା ଦ୍ରୁତଗାମୀ କାର୍, ମା’ ଓ ଝିଅ ମୃତ, ୫ ଗୁରୁତର appeared first on KNews Odisha.

ଘର ପିଣ୍ଢାରେ ବସିଥିବା ବେଳେ ଚଢିଗଲା ଦ୍ରୁତଗାମୀ କାର୍, ମା’ ଓ ଝିଅ ମୃତ, ୫ ଗୁରୁତର
gorkhapur

ଉତ୍ତରପ୍ରଦେଶ ଗୋରଖପୁରରେ ଦ୍ରୁତ କାର୍ ଘର ସାମ୍ନାରେ ବସିଥିବା ମହିଳା ଏବଂ ପିଲାଙ୍କ ଉପରେ କାର୍ ମାଡ଼ିଯାଇଛି । ଫଳରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା କାର ଏବଂ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଛନ୍ତି ।

ଖବର ମୁତାବକ, ଗୋରଖପୁର ଗୁଲରିହା ଥାନାର ସରହରି ଛକ ନିକଟ ଭଗବାନପୁରରେ ଘର ଆଗରେ ମହିଳା ଜଣକ ନିଜ ପିଲାକୁ ଧରି ବସିଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି ଏମାନଙ୍କ ଉପରେ ମାଡ଼ି ଯାଇଥିଲା । କାର ୭ ଜଣଙ୍କ ଉପରେ ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ମା’-ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତ ମା’ ବୟସ ୪୪ ବର୍ଷ ହୋଇଥିବା ବେଳେ ଝିଅର ବୟସ ୧୬ ବର୍ଷ ରହିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ବୟସ ୫ ରୁ ୨୩ ବର୍ଷ ମଧ୍ୟରେ ରହିଛି ।

ଦୁର୍ଘଟଣା ଘଟାଇବା ପରେ ଘଟଣା ସ୍ଥଳର କାର୍ ଏବଂ ଚାଳକ ଫେରାର ହେଉଥିବା ବେଳେ ପୋଲିସ ଜଣକୁ ଅଟକ ରଖିଛି । ଆଉ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ କାରକୁ ଜବତ କରି ଫେରାର ଥିବା ୩ ଜଣଙ୍କୁ ଖୋଜୁଛି ।

Also Read : ସିକିମରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ, ଫସି ରହିଛନ୍ତି ୧୦୦୦ରୁ ଅଧିକ ପର୍ଯ୍ୟଟକ

The post ଘର ପିଣ୍ଢାରେ ବସିଥିବା ବେଳେ ଚଢିଗଲା ଦ୍ରୁତଗାମୀ କାର୍, ମା’ ଓ ଝିଅ ମୃତ, ୫ ଗୁରୁତର appeared first on KNews Odisha.