ସ୍ତ୍ରୀର କିଡନୀ ଖରାପ, ସ୍ୱାମୀ ସେଲୁନରେ ଚୁଟି କାଟି ଜୁଟାଉଛି ଟଙ୍କା

ଭଦ୍ରକ : ସ୍ତ୍ରୀକୁ ପାଖରେ ବସି ଖୁଆଇ ଦେଉଛି ହତଭାଗା ସ୍ୱାମୀ । ସ୍ତ୍ରୀର ମୁହଁ ପୋଛି ତାକୁ ଦେଉଛନ୍ତି ଆଶ୍ୱାସନା । ବ୍ୟସ୍ତ ହୁଅନା, ତୁମ ସାଥିରେ ମୁଁ ଅଛି । ମୁଁ ବଞ୍ଚିଥିବା ଯାଏଁ ମୋର ପାରୁପଣେ ଚେଷ୍ଟା କରିବି, ଆଉ ତୁମକୁ ମୁଁ ଏତେ ଜଲଦି ଯିବାକୁ ଦେବିନି । ଯାହା କରିପାରିବି ବିକି ଭାଙ୍ଗି ସବୁ କରିବି ତୁମକୁ ବଞ୍ଚାଇବା ପାଇଁ । ସ୍ତ୍ରୀ ପାଖରେ ସିନା ଏଇସବୁ ଦମ୍ଭରେ ଭାବୁଛନ୍ତି […] The post ସ୍ତ୍ରୀର କିଡନୀ ଖରାପ, ସ୍ୱାମୀ ସେଲୁନରେ ଚୁଟି କାଟି ଜୁଟାଉଛି ଟଙ୍କା appeared first on KNews Odisha.

ସ୍ତ୍ରୀର କିଡନୀ ଖରାପ, ସ୍ୱାମୀ ସେଲୁନରେ ଚୁଟି କାଟି ଜୁଟାଉଛି ଟଙ୍କା
roga

ଭଦ୍ରକ : ସ୍ତ୍ରୀକୁ ପାଖରେ ବସି ଖୁଆଇ ଦେଉଛି ହତଭାଗା ସ୍ୱାମୀ । ସ୍ତ୍ରୀର ମୁହଁ ପୋଛି ତାକୁ ଦେଉଛନ୍ତି ଆଶ୍ୱାସନା । ବ୍ୟସ୍ତ ହୁଅନା, ତୁମ ସାଥିରେ ମୁଁ ଅଛି । ମୁଁ ବଞ୍ଚିଥିବା ଯାଏଁ ମୋର ପାରୁପଣେ ଚେଷ୍ଟା କରିବି, ଆଉ ତୁମକୁ ମୁଁ ଏତେ ଜଲଦି ଯିବାକୁ ଦେବିନି । ଯାହା କରିପାରିବି ବିକି ଭାଙ୍ଗି ସବୁ କରିବି ତୁମକୁ ବଞ୍ଚାଇବା ପାଇଁ । ସ୍ତ୍ରୀ ପାଖରେ ସିନା ଏଇସବୁ ଦମ୍ଭରେ ଭାବୁଛନ୍ତି । ହେଲେ ଏଇଟା ବି ସତ ଯେ ଯିଏ ଯେତେ ଗରିବ ତାର ସେତେ ରୋଗ । ଜଣେ ଗରିବ ମହିଳାଙ୍କର ଦୁଇଟି କିଡ଼ନୀ ନଷ୍ଟ ହେବା ପରେ ସେ ଦୁଃଖ ଯନ୍ତ୍ରଣା ଭିତରେ ଗତି କରୁଛନ୍ତି । ଏପରି ସ୍ଥଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏହି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ପୁରୁଷଣ୍ଢ ବେହେରା ସାହି ଗ୍ରାମର । ଏହି ଗ୍ରାମର ଜଣେ ଅତ୍ୟନ୍ତ ଗରିବ ମହିଳା କିଡ଼ନୀ ରୋଡ଼ରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଦଗ୍ଧ ଜୀବନ ବିତାଉଛନ୍ତି, ଯାହାକୁ ଯିଏ ଆଖିରେ ନ ଦେଖିବ ସେ ତାଙ୍କ ଦୁଃଖ ବୁଝିପାରିବ ।

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଆଗରପଡା ପୁରୁଷଣ୍ଢ ବେହେରା ସାହି ଗ୍ରାମର ପ୍ରଦୀପ ବାରିକଙ୍କ ପରିବାର । ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସରସ୍ୱତୀ ଓ ଦୁଇଟି ପୁଅ, ଝିଅ ଓ ମାଆ । ତେବେ ପ୍ରଦୀପଙ୍କ ଜମିବାଡ଼ି ନ ଥିବାରୁ ସେ ଏକ ସେଲୁନରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର କଷ୍ଟେ ମଷ୍ଟେ ଚଳିଯାଏ । ବେଶ ଦୁଃଖ ସୁଖରେ ପ୍ରଦୀପଙ୍କ ପରିବାର ଚାଲିଥିବା ବେଳେ, ହଠାତ ତାଙ୍କ ସ୍ତ୍ରୀ ସରସ୍ୱତୀ ବାରିକଙ୍କର ଦେହ ଆଜକୁ ୩ ବର୍ଷ ପୂର୍ବେ ଅସୁସ୍ଥ ହେଲା । ପ୍ରଥମେ ଆଗରପଡା ପରେ ଭଦ୍ରକ ଡାକ୍ତରଖାନାକୁ ଆସି ଡାକ୍ତରଙ୍କ ଠାରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଖାଇଥିଲେ ହେଁ ଦେହ ତାଙ୍କର ଭଲ ହୋଇ ନ ଥିଲା । ତେଣୁ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇ ଯାଇଥିବା ଡାକ୍ତର କହିଥିଲେ ।

ବାସ ତା ପର ଠାରୁ ପ୍ରଦୀପଙ୍କ ପରିବାର ଉପରେ ଦୁଃଖର କଳା ବାଦଲ ଘେରି ଆସିଲା । ବହୁତ ଧାର କରଜ କରି ସେ ତାଙ୍କ ସ୍ତ୍ରୀ ସରସ୍ୱତୀର ଚିକିତ୍ସା କରୁଥିଲେ ହେଁ କିଡ଼ନୀ ପ୍ରତିରୋପଣ କରିବାର ନିହାତି ଆବଶ୍ୟକତା ଅଛି ବୋଲି ଡାକ୍ତର ପରାମର୍ଶ ଦେଲେ । ଏପରିକି ଏଥିପାଇଁ ପ୍ରାୟ ୨୦ ରୁ ୨୫ ଲକ୍ଷ୍ୟ ଟଙ୍କା ଆବଶ୍ୟକ ହେବ ବୋଲି ଡାକ୍ତର ତାଙ୍କୁ ପରାମର୍ଶ ଦେଲେ । ତେବେ ଏତେ ଟଙ୍କା କେଉଁଠୁ ଆଣିବେ ସେହି ଚିନ୍ତାରେ ଅଛନ୍ତି ପ୍ରଦୀପ । ତେବେ ନିଜ ସ୍ତ୍ରୀର ସେବା କରୁଥିବାରୁ ସେ କାମ କରିବା ପାଇଁ ଅଧେ ଦିନ ଯାଇପାରୁନାହାନ୍ତି । ତେଣୁ ଖାଇବା, ପିଇବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର ହୋଇ ଯାଉଥିବା ବେଳେ ସରସ୍ୱତୀଙ୍କ ଅବସ୍ଥା ଦିନକୁ ଦିନ ଦୁର୍ବିସହ ହୋଇ ଗଲାଣି । ଏପରିକି ତାଙ୍କ ଦେହ, ହାତ, ଗୋଡ଼ ଓ ମୁହଁ ଫୁଲି ଗଲାଣି । ଏପରି ସ୍ଥଳେ ଏତେ ଗୁଡ଼ାଏ ଟଙ୍କା କେଉଁଠୁ ଆଣିବେ ସେହି ଚିନ୍ତାରେ ପ୍ରଦୀପଙ୍କ ପୁରା ପରିବାର ଲୋକେ । ଅନ୍ୟ ପକ୍ଷରେ ସରସ୍ୱତୀ ଦିନକୁ ଦିନ ଶଯ୍ୟାସାୟୀ ହୋଇ ଗଲେଣି । ତେଣୁ ସେ ନିଜର ଚିକିତ୍ସା ସହାୟତା ପାଇଁ ସରକାର ଓ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

ସରସ୍ୱତୀ ଦୈନିକ ବଞ୍ଚିବା ପାଇଁ ମେଡ଼ିସିନ ହିଁ ଏକମାତ୍ର ଭରସା । ତେବେ ସେହି ମେଡ଼ିସିନ କିଣିବା ପାଇଁ ତାଙ୍କ ପାଖରେ ଅର୍ଥର ଘୋର ଅଭାବ ଦେଖା ଦେଇଛି । ତେଣୁ ଚିକିତ୍ସା ସହାୟତା ପାଇଁ ଗ୍ରାମବାସୀ ମାନେ ସରକାରଙ୍କ ଠାରେ ନିବେଦନ କରିଛନ୍ତି । ତେବେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ନିଶ୍ଚିତ ଭାବରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ତାଙ୍କ ଚିକିତ୍ସା ପାଇଁ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ସରସ୍ୱତୀଙ୍କ ଏପରି ଅବସ୍ଥାରେ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗର ଏକାନ୍ତ ଆବଶ୍ୟକ ରହିଛି । ଯଦି ଆପଣ ସରସ୍ୱତୀଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କୁ ଭଲ କରିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରିପାରିବେ ।

ପ୍ରଦୀପ କୁମାର ବାରିକ
ସା – ପୁରୁଷଣ୍ଢ ବେହେରା ସାହି
ପୋଷ୍ଟ – ବିଟିପୁର
ଜିଲ୍ଲା – ଭଦ୍ରକ
ମୋବାଇଲ ନଂ – 8093421552
Indian Bank, (ଆଗରପଡା ବ୍ରାଞ୍ଚ )
A/C- 50124176427
IFSC Code – IDIB000A517

The post ସ୍ତ୍ରୀର କିଡନୀ ଖରାପ, ସ୍ୱାମୀ ସେଲୁନରେ ଚୁଟି କାଟି ଜୁଟାଉଛି ଟଙ୍କା appeared first on KNews Odisha.