ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

ଢେଙ୍କାନାଳ ୧୫।୩: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥର ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ସହରର ମହିଷାପାଟ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଗତ ରାତି ସାଢ଼େ ଗୋଟାଏରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏନ୍‌ଏଚ୍‌ ୫୫ରେ ଯାତାୟାତ ଠପ୍ ହୋଇଯାଇଛି । ଫଳରେ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସମୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଯାତ୍ରୀବାହୀ ବସ୍ ସହିତ ଗାଡିମଟର ଠିଆ ହୋଇରହିଛନ୍ତି । ଇତି ମଧ୍ୟରେ ୭ ଘଣ୍ଟା ସମୟ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାରୁ ଯାତ୍ରୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ମୁରଲୀଧର ନାୟକ ମହିଷାପାଟ ଇଡ଼କୋ ଟାୱାର ପାଖରେ ରାସ୍ତାପାର ହେଉଥିଲେ । ତେବେ ଦ୍ରୁତ ବେଗରେ ଯାଉଥିବା ଏକ ହାଇୱା ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ମୁରଲିଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ହାଇୱାଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଗାଡିକୁ ଗୋଡ଼ାଇ କାବୁ କରିଥିବା ଜଣାପଡିଛି । ହାଇୱା ଗାଡି ଡ୍ରାଇଭର ମଦ୍ୟପାନ, ବେପରୁଆ ଓ ଦ୍ରୁତ ଗାଡି ଚାଳନା ଯୋଗୁଁ ଏହି ଦୁ

ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକ, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

ଢେଙ୍କାନାଳ ୧୫ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥର ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳ ସହରର ମହିଷାପାଟ ନିକଟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଗତ ରାତି ସାଢ଼େ ଗୋଟାଏରୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି । ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏନ୍‌ଏଚ୍‌ ୫୫ରେ ଯାତାୟାତ ଠପ୍ ହୋଇଯାଇଛି । ଫଳରେ କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ସମୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଯାତ୍ରୀବାହୀ ବସ୍ ସହିତ ଗାଡିମଟର ଠିଆ ହୋଇରହିଛନ୍ତି । ଇତି ମଧ୍ୟରେ ୭ ଘଣ୍ଟା ସମୟ ଅତିକ୍ରାନ୍ତ କରିସାରିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପହଞ୍ଚି ନଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାରୁ ଯାତ୍ରୀ ମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ ଯେ, ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ମୁରଲୀଧର ନାୟକ ମହିଷାପାଟ ଇଡ଼କୋ ଟାୱାର ପାଖରେ ରାସ୍ତାପାର ହେଉଥିଲେ । ତେବେ ଦ୍ରୁତ ବେଗରେ ଯାଉଥିବା ଏକ ହାଇୱା ତାଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ମୁରଲିଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ହାଇୱାଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଗାଡିକୁ ଗୋଡ଼ାଇ କାବୁ କରିଥିବା ଜଣାପଡିଛି । ହାଇୱା ଗାଡି ଡ୍ରାଇଭର ମଦ୍ୟପାନ, ବେପରୁଆ ଓ ଦ୍ରୁତ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଅଭିଯୋଗ ହେଉଛି । 

ତେବେ ମୃତକ ପରିବାର ଲୋକେ କ୍ଷତିପୂରଣ ଓ ବାରମ୍ବାର ଦୁର୍ଘଟଣା ଯୋଗୁଁ ମହିଷାପାଟ ଛକରେ ଓଭରବ୍ରିଜ ନିର୍ମାଣ ଦାବିରେ ଦୁର୍ଘଟଣା ପର ଠାରୁ ରାତି ସାଢ଼େ ଗୋଟାଏରୁ ରାସ୍ତା ଅବରୋଧ କରି ଅଡି ବସିଛନ୍ତି । ତେବେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

You Can Read:

ଶିକାର କରିବାକୁ ଯାଇ ଶିକାରୀ ମୃତ, ନିଜ ବନ୍ଧୁକରୁ ଗୁଳି ଫୁଟି ଗଲା ଜୀବନ