ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍
କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି। ସୂଚନା ଅନୁଯାୟୀ, କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଶନିବାର ବଲାଙ୍ଗୀର ପଟୁ ଆସୁଥିବା ଏକ ଟ୍ରକ୍ ନଂ (ଓଆର୍ ୧୯ ଏନ୍ ୪୭୦୩) ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇ ଥିବା ଗୌନ୍ତିଆପଡ଼ାର ମୁକେଶ ଷଣ୍ଢ (୩୫)ଙ୍କୁ ଧକ୍କା ଦେଇ ଚାଲିଗଲା ଫଳରେ ମୁକେଶ ଛିଟିକି […] The post ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍ appeared first on Dharitri Odia News.
କେସିଙ୍ଗା,୧୬ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଏକ ଦୁର୍ଘଟଣା ଘଟି ଜଣେ ୩୫ ବର୍ଷ ଯୁବକଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଟ୍ରାଫିକ୍ ପୋଷ୍ଟ ପାଖରେ ଶନିବାର ବଲାଙ୍ଗୀର ପଟୁ ଆସୁଥିବା ଏକ ଟ୍ରକ୍ ନଂ (ଓଆର୍ ୧୯ ଏନ୍ ୪୭୦୩) ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇ ଥିବା ଗୌନ୍ତିଆପଡ଼ାର ମୁକେଶ ଷଣ୍ଢ (୩୫)ଙ୍କୁ ଧକ୍କା ଦେଇ ଚାଲିଗଲା ଫଳରେ ମୁକେଶ ଛିଟିକି ଯାଇ ମୁଖ୍ୟ ରାସ୍ତା ଉପରେ କଚାଡ଼ି ହୋଇ ପଡ଼ିଯାଇଥିଲେ। ରାସ୍ତା ଉପରେ ହିଁ ମୁକେଶଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା ସ୍ଥାନୀୟ ଲୋକମାନେ ଖବର ଦେବାରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ଆସି ମୁକେଶର ମୃତଦେହ ମେଡିକାଲକୁ ନେଇ ଯାଇଥିଲା କିଛି ସମୟ ପରେ ପରିବାରବର୍ଗ ଓ ପଡ଼ାବାସୀ ମେଡିକାଲରୁ ମୁକେଶର ମୃତଦେହ ନେଇ ଗୌନ୍ତିଆପଡ଼ା ଛକ ମୁଖ୍ୟ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ପାଇଁ ରାସ୍ତାରୋକୋ କରିଥିଲେ। ପରେ ଆଇଆସିସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗ ଓ ପଡ଼ାବାସୀଙ୍କୁ ଦୀର୍ଘ ୪ ଘଣ୍ଟା ବୁଝାଶୁଝା କରିବା ପରେ ରେଡ୍କ୍ରସ୍ରୁ ସହାୟତା ଓ ଅନ୍ୟାନ୍ୟ ସହାୟତାର ସହମତି ମିଳିବା ପରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ରାସ୍ତାରୋକୋ ହଟିଥିଲା। ମୁକେଶ ଜଣେ ବିବାହିତ ଯୁବକ ତାଙ୍କର ଝିଅ ପୁଅ ଦୁଇଜଣ ଥବା ଜଣାପଡ଼ିଛି।
The post ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ ଯୁବକ, ପଛରୁ ଆସି ପିଟିଦେଲା ଟ୍ରକ୍ appeared first on Dharitri Odia News.