ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ଏନ୍କାଉଣ୍ଟର
ସମ୍ବଲପୁର,୪।୩( ପ୍ରମୋଦ ବହିଦାର): ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଜମାଦାରପାଲି ବିମାନ ଅବତରଣ କେନ୍ଦ୍ରର ରାସ୍ତାର ଲମ୍ଡୁଙ୍ଗରୀ ନିକଟରେ ମଙ୍ଗଳବାର ପ୍ରାତଃ ୫ଟା ୪୫ମିନିଟ ସମୟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ଗୁଳି ବାଜି ଆହତ ମହେଶକୁ ଚିକିତ୍ସା ପାଇଁ ଭିମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମହେଶ ୪୦ ହଜାର ଲୁଟି ଫେରାର ହେଉଥିବା ବେଳେ ପୋଲିସ ପିଛା […] The post ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ଏନ୍କାଉଣ୍ଟର appeared first on Dharitri Odia News.
ସମ୍ବଲପୁର,୪।୩( ପ୍ରମୋଦ ବହିଦାର): ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଜମାଦାରପାଲି ବିମାନ ଅବତରଣ କେନ୍ଦ୍ରର ରାସ୍ତାର ଲମ୍ଡୁଙ୍ଗରୀ ନିକଟରେ ମଙ୍ଗଳବାର ପ୍ରାତଃ ୫ଟା ୪୫ମିନିଟ ସମୟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି।
ଗୁଳି ବାଜି ଆହତ ମହେଶକୁ ଚିକିତ୍ସା ପାଇଁ ଭିମସାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମହେଶ ୪୦ ହଜାର ଲୁଟି ଫେରାର ହେଉଥିବା ବେଳେ ପୋଲିସ ପିଛା କରିବାବେଳେ ସେ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ। ପୋଲିସ ଆତ୍ମରକ୍ଷା ସ୍ବରୁପ ତାଙ୍କ ଉପରକୁ ପାଲଟା ଗୁଳି ଚାଳନା କରିବାରୁ ସେ ଆହତ ହୋଇଛନ୍ତି। ତାଙ୍କ ନିକଟରୁ ପୋଲିସ ଏକ ୭ ଏମ୍ଏମ୍ ପିସ୍ତଲ, ୨ଟି ଖାଲି କାର୍ତୁସ, ବାଇକ ଓ ଲୁଟ କରିଥିବା ୪୦ ହଜାର ଟଙ୍କା ପୁଲିସ ଜବତ କରିଛି।
The post ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶକୁ ଏନ୍କାଉଣ୍ଟର appeared first on Dharitri Odia News.