ଦାୟିତ୍ୱ ନେଲେ ବାର ଆସୋସିଏଶନର ନବନିର୍ବାଚିତ କର୍ମକର୍ତ୍ତା
ପୁରୁଷୋତ୍ତମପୁର,୩ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଗୁରୁବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ ସଭାରେ ନବ ନିର୍ବାଚିତ ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ଉପସଭାପତି ଦୁର୍ଗାଚରଣ ଦାଶ, ସଂପାଦକ ରବିନ୍ଦ୍ରକୁମାର ସାହୁ, ଯୁଗ୍ମସମ୍ପାଦକ କେ.ଶଶାଙ୍କ ଶେଖର ରାଓ ଶପଥ ଗ୍ରହଣ କରିଥିଲେ। ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବାସୁଦେବ ଜେନା ସେମାନଙ୍କୁ ଶପଥପାଠ କରାଇଥିଲେ। ପୂର୍ବତନ ସଭାପତି ସ୍ବରାଜ ପାଣିଗ୍ରାହୀ ଓ ସମ୍ପାଦକ […] The post ଦାୟିତ୍ୱ ନେଲେ ବାର ଆସୋସିଏଶନର ନବନିର୍ବାଚିତ କର୍ମକର୍ତ୍ତା appeared first on Dharitri Odia News.
ପୁରୁଷୋତ୍ତମପୁର,୩ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଗୁରୁବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ ସଭାରେ ନବ ନିର୍ବାଚିତ ସଭାପତି କୃଷ୍ଣଚନ୍ଦ୍ର ଗୌଡ଼, ଉପସଭାପତି ଦୁର୍ଗାଚରଣ ଦାଶ, ସଂପାଦକ ରବିନ୍ଦ୍ରକୁମାର ସାହୁ, ଯୁଗ୍ମସମ୍ପାଦକ କେ.ଶଶାଙ୍କ ଶେଖର ରାଓ ଶପଥ ଗ୍ରହଣ କରିଥିଲେ। ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ବାସୁଦେବ ଜେନା ସେମାନଙ୍କୁ ଶପଥପାଠ କରାଇଥିଲେ। ପୂର୍ବତନ ସଭାପତି ସ୍ବରାଜ ପାଣିଗ୍ରାହୀ ଓ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସଂଘର ବିକାଶ ଲାଗି ନବନିର୍ବାଚିତ କର୍ମକର୍ତ୍ତାମାନେ ସମସ୍ତ ସଭ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି। ଏହି କାର୍ଯ୍ୟକ୍ରମରେ ବାର୍ ଆସୋସିଏଶନର ବହୁ ସଦସ୍ୟ ଯୋଗ ଦେଇଥିଲେ।
The post ଦାୟିତ୍ୱ ନେଲେ ବାର ଆସୋସିଏଶନର ନବନିର୍ବାଚିତ କର୍ମକର୍ତ୍ତା appeared first on Dharitri Odia News.