ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବିରାଟ କୋହଲି ଦଳରେ ସ୍ଥାନ ପାଇଛନ୍ତି। ତେବେ ଏହା ଉଭୟଙ୍କ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଟୁର୍ନାମେଣ୍ଟ ହେବ। ଏହାପରେ ଦୁହେଁ ଏହି ଫର୍ମାଟରେ ସନ୍ନ୍ୟାସ ଘୋଷଣା କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। କହିରଖୁଛୁ, ୨୦୨୨ ବିଶ୍ୱକପ୍‌ ପରଠାରୁ ରୋହିତ ଏବଂ କୋହଲି […] The post ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ appeared first on Dharitri Odia News.

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବିରାଟ କୋହଲି ଦଳରେ ସ୍ଥାନ ପାଇଛନ୍ତି। ତେବେ ଏହା ଉଭୟଙ୍କ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଟୁର୍ନାମେଣ୍ଟ ହେବ। ଏହାପରେ ଦୁହେଁ ଏହି ଫର୍ମାଟରେ ସନ୍ନ୍ୟାସ ଘୋଷଣା କରିବେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

କହିରଖୁଛୁ, ୨୦୨୨ ବିଶ୍ୱକପ୍‌ ପରଠାରୁ ରୋହିତ ଏବଂ କୋହଲି ଟିମ୍‌ ଇଣ୍ଡିଆର ଟି୨୦ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଥିଲେ। ହେଲେ ଚଳିତ ବର୍ଷ ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାକୁ ବିଶ୍ୱକପ୍‌ ଲାଗି ଶେଷ କ୍ୟାମ୍ପେନ୍‌ ଟୁର୍ନାମେଣ୍ଟ ବୋଲି କୁହାଯାଉଥିଲା।

The post ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ appeared first on Dharitri Odia News.