ହଠାତ୍ ରାଗିଗଲେ ହିଟ୍ମ୍ୟାନ୍: ଇସାରାରେ କହିଦେଲେ ଏମିତି କଥା
କଟକ,୧୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଭାରତ ୪ ଉଇକେଟ୍ରେ ଜିତିଥିଲା। ତେବେ ଏହି ମ୍ୟାଚ୍ ଚାଲିଥିବା ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରବଳ ରାଗିଯାଇଥିଲେ। ଏହାର କାରଣ ଥିଲା ଡିଜେ ସାଉଣ୍ଡ। ସେ ଇଙ୍ଗିତରେ ପଡ଼ିଆରେ ବାଜୁଥିବା ସାଉଣ୍ଡକୁ ବନ୍ଦ କରିବାକୁ କହିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାଗରେ ରୋହିତ ସ୍ପଷ୍ଟ […] The post ହଠାତ୍ ରାଗିଗଲେ ହିଟ୍ମ୍ୟାନ୍: ଇସାରାରେ କହିଦେଲେ ଏମିତି କଥା appeared first on Dharitri Odia News.
କଟକ,୧୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଭାରତ ୪ ଉଇକେଟ୍ରେ ଜିତିଥିଲା। ତେବେ ଏହି ମ୍ୟାଚ୍ ଚାଲିଥିବା ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରବଳ ରାଗିଯାଇଥିଲେ। ଏହାର କାରଣ ଥିଲା ଡିଜେ ସାଉଣ୍ଡ। ସେ ଇଙ୍ଗିତରେ ପଡ଼ିଆରେ ବାଜୁଥିବା ସାଉଣ୍ଡକୁ ବନ୍ଦ କରିବାକୁ କହିଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ରାଗରେ ରୋହିତ ସ୍ପଷ୍ଟ ଭାବରେ ‘ବନ୍ଦ କରୋ’ ବୋଲି କହୁଥିଲେ। କାରଣ ଡିଜେ ସାଉଣ୍ଡ ତାଙ୍କୁ ବ୍ୟାଟିଂ ଏକାଗ୍ରତା ଭଙ୍ଗ କରୁଥିଲା।
ଏହି ମ୍ୟାଚ୍ରେ ରୋହିତ ୯୦ ବଲରୁ ୧୧୯ରନ କରି ତାଙ୍କ କ୍ୟାରିୟରର ୩୨ତମ ଦିନିକିଆ ଶତକ ହାସଲ କରିଥିଲେ। ଏହି ଇନିଂସରେ ୧୨ ଚୌକା ଏବଂ ୭ ଛକା ସାମିଲ ଥିଲା। ଏହି ଇନିଂସ ଭାରତକୁ ସଫଳତାର ସହ ଲକ୍ଷ୍ୟ ହାସଲ କରିବାରେ ଏବଂ ତିନି ମ୍ୟାଚ ସିରିଜରେ ୨-୦ର ଅପ୍ରତିଦ୍ୱନ୍ଦ୍ୱୀ ଅଗ୍ରଣୀ ହାସଲ କରିବାରେ ସାହାଯ୍ୟ କରିଥିଲା।
ମ୍ୟାଚ ସମୟରେ, ଗୋଟିଏ ଫ୍ଲଡ ଲାଇଟ ଟାୱାରରେ ତ୍ରୁଟି ଯୋଗୁ ଖେଳ ପ୍ରାୟ ୩୦ ମିନିଟ ପାଇଁ ବନ୍ଦ ହୋଇଥିଲା।
The post ହଠାତ୍ ରାଗିଗଲେ ହିଟ୍ମ୍ୟାନ୍: ଇସାରାରେ କହିଦେଲେ ଏମିତି କଥା appeared first on Dharitri Odia News.