ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍ପି
ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫ ବର୍ଷ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଯୁବ ଆଇପିଏସ୍ ଅଧିକାରୀ ରାଘବେନ୍ଦ୍ରଙ୍କ ସୁଦକ୍ଷ ପରିଚାଳନାରେ ମାଓବାଦୀ ପ୍ରପୀଡ଼ିତ ଜିଲା ଏବେ ପ୍ରାୟତଃ ମାଓବାଦୀ ମୁକ୍ତ ହୋଇପାରିଛି। ଜିଲା […] The post ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍ପି appeared first on Dharitri Odia News.
ନୂଆପଡ଼ା,୩୦।୩:(ମକାରୁ ବେମାଲ): ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ଜିଲା ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ର ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫ ବର୍ଷ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଯୁବ ଆଇପିଏସ୍ ଅଧିକାରୀ ରାଘବେନ୍ଦ୍ରଙ୍କ ସୁଦକ୍ଷ ପରିଚାଳନାରେ ମାଓବାଦୀ ପ୍ରପୀଡ଼ିତ ଜିଲା ଏବେ ପ୍ରାୟତଃ ମାଓବାଦୀ ମୁକ୍ତ ହୋଇପାରିଛି। ଜିଲା ପ୍ରଶାସନ ସହ ତାଳମେଳ ରଖି ଜିଲାକୁ ପ୍ରଗତି ପଥରେ ଆଗେଇନେବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ଏହି ସମ୍ମାନ ସମଗ୍ର ଜିଲା ପାଇଁ ଗୌରବ ଆଣିଥିବାରୁ ଜିଲାପାଳ ମଧୁସୂଦନ ଦାଶଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ଡିଜିପି ଡିସ୍କରେ ସମ୍ମାନିତ ହେବେ ନୂଆପଡ଼ା ଏସ୍ପି appeared first on Dharitri Odia News.