ଭୁଟାନକୁ ରାଜକୀୟ ଯାତ୍ରାରେ ବାହାରିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଦିଲ୍ଲୀରୁ ଭୁଟାନ ଗସ୍ତରେ ଯାଇଛନ୍ତି। ତେବେ ଗତ ଗୁରୁବାର ସେ ଭୁଟାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଖରାପ ପାଗ ଯୋଗୁ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ଏବଂ ତାଙ୍କ ପିତା ଜିଗମେ ସିଙ୍ଗି ୱାଙ୍ଗଚୁକ (ଭୁଟାନର ପୂର୍ବତନ ରାଜା) ଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବୁଧବାର ଏକ ବିବୃତ୍ତିରେ […] The post ଭୁଟାନକୁ ରାଜକୀୟ ଯାତ୍ରାରେ ବାହାରିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଦିଲ୍ଲୀରୁ ଭୁଟାନ ଗସ୍ତରେ ଯାଇଛନ୍ତି। ତେବେ ଗତ ଗୁରୁବାର ସେ ଭୁଟାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଖରାପ ପାଗ ଯୋଗୁ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ଏବଂ ତାଙ୍କ ପିତା ଜିଗମେ ସିଙ୍ଗି ୱାଙ୍ଗଚୁକ (ଭୁଟାନର ପୂର୍ବତନ ରାଜା) ଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ବୁଧବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।
ପିଏମଓ କହିଛି ଯେ ଏହି ଗସ୍ତ ଭାରତ ଏବଂ ଭୁଟାନ ମଧ୍ୟରେ ନିୟମିତ ଉଚ୍ଚ ସ୍ତରୀୟ ଆଦାନପ୍ରଦାନର ପରମ୍ପରା ଏବଂ ‘ପଡୋଶୀ ଦେଶ ନୀତି’ ଉପରେ ଗୁରୁତ୍ୱ ଦେବା ପାଇଁ ସରକାରଙ୍କ ଉଦ୍ୟମ ସହିତ ମେଳ ଖାଉଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ଏବଂ ଭୁଟାନର ଚତୁର୍ଥ ରାଜା ଜିଗମେ ସିଙ୍ଗି ୱାଙ୍ଗଚୁକଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ତାଙ୍କ ଭୁଟାନର ପ୍ରତିପକ୍ଷ ଶେରିଙ୍ଗ ଟୋବଗେଙ୍କ ସହ ମଧ୍ୟ ଆଲୋଚନା କରିବେ।
The post ଭୁଟାନକୁ ରାଜକୀୟ ଯାତ୍ରାରେ ବାହାରିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.